ଗ୍ୟାସ ଟାଙ୍କି ଫାଟି ୩ ଗୁରୁତର, ୧୧ ବଖରା ଭସ୍ମୀଭୂତ

ଢେଙ୍କାନାଳ : ଢେଙ୍କାନାଳ ଜିଲା ମୋଟଙ୍ଗା ଥାନା ଅନ୍ତର୍ଗତ ବାଙ୍ଗୁରସିଂହ ସବର ସାହିରେ ସୋମବାର ଏକ ଅଭାନୀୟ ଘଟଣା ଘଟିଛି। ସବର ସାହିରେ ହେମ ପ୍ରଧାନ ନାମକ ଜଣେ ବ୍ୟକ୍ତିଙ୍କ ଘରେ ଗ୍ୟାସ ଟାଙ୍ଗି ଫାଟି ୩ ଜଣ ଗୁରୁତର ହେବା ସହ ୧୧ ବଖରା ଜଳି ଭସ୍ମୀଭୂତ ହୋଇଯାଇଛି। ଗୁରୁତର ମାନେ ସମ୍ପର୍କରେ ଶାଶୁ , ବୋହୂ ଓ ପୁଅ ବୋଲି ଜଣାପଡ଼ିଛି। ସେମାନଙ୍କୁ ଗୁରୁତର ଅବସ୍ଥାରେ କଟକ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି। ରୋଷେଇ କରିବା ସମୟରେ ଏଭଳି ଅଘଟଣ ଘଟିଥିବା ସୂଚନା ମିଳିଛି।

Comments are closed.