ସିଲିଣ୍ଡରରୁ ଗ୍ୟାସ ଲିକ୍‌ ହୋଇ ଅଗ୍ନିକାଣ୍ଡ, ୪ ଗୁରୁତର

ଭଦ୍ରକ : ଭଦ୍ରକ ଜିଲା ପୁରୁଣାବଜାର ଥାନା ଛଡାକମହଲା ଗ୍ରାମରେ ସିଲିଣ୍ଡରରୁ ଗ୍ୟାସ୍ ଲିକ୍‌ ହୋଇ ଅଗ୍ନିକାଣ୍ଡ ହୋଇଛି। ଏଥିରେ ୪ଜଣ ଗୁରୁତର ହୋଇଛନ୍ତି। ଗୁରୁତରଙ୍କ ମଧ୍ୟରେ ୨ଜଣ ଶିଶୁ ରହିଥିବା ଜଣାପଡିଛି। ସମସ୍ତଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି।

ସୂଚନାଯୋଗ୍ୟ ଯେ, ମଙ୍ଗଳବାର ସକାଳେ ଛଡାକମହଲା ଗ୍ରାମରେ ଜଣଙ୍କ ଘରେ ରୋଷେଇ ଚାଲିଥିଲା। ସେହି ସମୟରେ ସିଲିଣ୍ଡରରୁ ଗ୍ୟାସ୍‌ ଲିକ୍‌ ହୋଇ ଅଗ୍ନିକାଣ୍ଡ ହୋଇଥିଲା। ଫଳରେ ୪ଜଣ ଗୁରୁତର ହୋଇଛନ୍ତି।

Comments are closed.