ଖରାରେ ଜଳିଗଲା ପୌରସଂସ୍ଥାର ଗାଡି

ଭବାନୀପାଟଣା: ଭବାନୀପାଟଣା ପୌରପରିଷଦ କାର୍ଯ୍ୟରେ ବ୍ୟବହୃତ ଟ୍ରାକଟର, ଟ୍ରଲି ଓ ପାନୀୟ ଜଳ ଯୋଗାଣ ଆଦି ଗାଡି ଗୁଡିକ ଜଳି ଯାଇଛି । ସବୁଦିନ ପରି ଭଳି ସୋମବାର ମଧ୍ୟ ସ୍ଥାନୀୟ ଗାନ୍ଧୀ ପାର୍କ ନିକଟରେ ଗାଡି ଗୁଡିକ ରଖା ଯାଇଥିବା ବେଳେ ହଠାତ୍ ଜଳି ଉଠିଥିଲା। ଅତ୍ୟଧିକ ଖରା ଯୋଗୁଁ ସଟ୍ ସର୍କିଟ ହୋଇ ନିଆଁ ଲିଗି ଯାଇଥିବା ସନ୍ଦେହ କରାଯାଉଛି । ଫଳରେ ଗାଡିଗୁଡିକ ସହ ଅନ୍ୟାନ୍ୟ ସାମଗ୍ରୀ ମଧ୍ୟ ଜଳି ଯାଇଛି । ଖବର ପାଇ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ନିଆଁ ଲିଭାଇଛନ୍ତି ।

Comments are closed.