ଅଗ୍ନିକାଣ୍ଡରେ ଦୋକାନ ସହ ୩ ବଖରା ଭସ୍ମୀଭୂତ

0

ଜଗତସିଂହପୁର : ଏରସମା ଥାନା ସୋମପୁର ବଜାରରେ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ୩ ବଖରା ଘର ସହ ଦୋକାଳ ଜଳି ଯାଇଥିବା ଜଣାପଡିଛି। ଏଥିରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଯାଇଛି। ଦମକଳ ବାହିନୀ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ତେବେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି।

ସୂଚନାଯୋଗ୍ୟ ଯେ, ସୋମବାର ସକାଳେ ଏରସମା ଥାନା ସୋମପୁର ବଜାରରେ କୌଣସି କାରଣରୁ ନିଆଁ ଲାଗିଯାଇଥିଲା।

Leave A Reply