ବରଯାତ୍ରୀ ବସରେ ନିଆଁ ; ଯୁବକ ଜୀବନ୍ତଦଗ୍ଧ

0

କେନ୍ଦୁଝର : ସାମନ୍ତରାପୁର ନିକଟରେ ଏକ ବରଯାତ୍ରୀ ବସରେ ନିଆଁ ଲାଗିଯାଇଛି। ଏହା ଫଳରେ ବସରେ ଜଣେ ଯୁବକ ଜୀବନ୍ତ ପୋଡି ଯାଇଛନ୍ତି। ବସଟି କେଳେଇପଶିରୁ ବର ଯାତ୍ରୀମାନଙ୍କୁ ନେଇ ଫେରୁଥିଲେ। ସେହି ସମୟରେ ଘଟଗାଁ ସାମନ୍ତରାପୁର ନିକଟରେ ବସରେ ନିଆଁ ଲାଗିଯାଇଥିଲା। ନିଆଁ ଲାଗିବାରୁ ବସରୁ ସମସ୍ତ ଯାତ୍ରୀ ଓହ୍ଲାଇ ପଡିଥିଲେ। କିନ୍ତୁ ଯୁବକ ଜଣକ ଶୋଇପଡିଥିବା ଅବସ୍ଥାରେ ପୋଡି ଯାଇଥିଲେ। ବସରେ ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଛି। ଘଟଗାଁ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି।

Leave A Reply