କାଉନସିଲରଙ୍କୁ ଗୁଳି କରି ହତ୍ୟା

0

ଜୟପୁର . –  ରାଜସ୍ଥାନର ହନୁମାନଗଡ଼ରେ ଥିବା ଉପଖଣ୍ଡୀୟ ମାଜିଷ୍ଟ୍ରେଟଙ୍କ କାର୍ୟ୍ୟାଳୟ ପରିସରରେ ଜଣେ ସ୍ୱାଧୀନ କାଉନସିଲରଙ୍କୁ ଗୁଳି କରି ହତ୍ୟା କରାଯାଇଛି । ମୃତକ ଜଣଙ୍କ ହରବୀର ସାହାରନ୍‌ ବୋଲି ଚିହ୍ନଟ କରାଯାଇଛି । ସେ ଏହି କାର୍ଯ୍ୟାଳୟକୁ କିଛି କାମ ପାଇଁ ଆସିଥିବା ବେଳେ ଦୁର୍ବୃତ୍ତମାନେ ତାଙ୍କୁ ଗୁଳି କରି ହତ୍ୟା କରିଛନ୍ତି ।

କାର୍ଯ୍ୟାଳୟର ପାଚେରୀ ନିକଟରେ ଦୁର୍ବୃତ୍ତମାନେ ଗୁଳି କରିଥିଲେ ।  ହରବୀରଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।  ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହି ଗୁଳି କାଣ୍ଡ ସମୟରେ ସେଠାରେ ୫୦ରୁ ଊର୍ଦ୍ଧ୍ୱ ଲୋକ ଉପସ୍ଥିତ ଥିଲେ । ଅପରାଧୀମାନଙ୍କୁ ଧରିବା ପାଇଁ ପୁଲିସ ଉଦ୍ୟମ ଆରମ୍ଭ କରିଛି ।

Leave A Reply