ବ୍ୟାଗ୍‍ରେ ସେଓ ଥିବାରୁ ଜୋରିମାନା

0

ୱାଶିଂଟନ୍‍: ସୁନା କିମ୍ବା ସେଭଳି କୌଣସି ମୂଲ୍ୟବାନ ଧାତୁ ଓ ସାମଗ୍ରୀ ବିନାନୁମତିରେ ବିମାନ ଯୋଗେ ନେବା ଆଣିବା କଲେ ଜେଲ୍‍ କିମ୍ବା ଜୋରିମାନା ଦଣ୍ଡ ବିଧି ରହିଛି। କିନ୍ତୁ ବିମାନରୁ ଓହ୍ଲାଇବା ପରେ ବ୍ୟାଗରେ ସେଓ ଥିବାରୁ ଜଣେ ମହିଳା ହଟହଟା ହୋଇଛନ୍ତି। ଆମେରିକାର ଏକ ବିମାନ ବନ୍ଦରରେ ଏଭଳି ଘଟଣା ଘଟିଛି। ସୀମାଶୁଳ୍କ ବିଭାଗ ଅଧିକାରୀମାନେ ମହିଳାଙ୍କ ଉପରେ ୫ଶହ ଡଲାର ଜୋରିମାନା ଲାଗୁ କରିଛନ୍ତି। ବିମାନରେ ମହିଳାଙ୍କୁ ସ୍ନାକ୍ସ ବଦଳରେ ସେଓ ଦିଆଯାଇଥିଲା। କିନ୍ତୁ ସେ ନ ଖାଇ ବ୍ୟାଗ୍‍ରେ ରଖିଦେଇଥିଲେ। ବିମାନରୁ ଓହ୍ଲାଇବା ବେଳେ ସେ ଭୁଲବଶତଃ ସେଓକୁ ସାଙ୍ଗରେ ନେଇ ଯାଇଥିଲେ। ତନଖି ବେଳେ ବ୍ୟାଗ୍‍ରେ ସେଓ ଥିବା ଜଣାପଡ଼ିବା ପରେ ତାଙ୍କୁ ଜୋରିମାନା ଦେବାକୁ କୁହାଯାଇଥିଲା। ଯେ କୌଣସି କୃଷିଜାତ ପଦାର୍ଥ ବିମାନରେ ନେବା ପୂର୍ବରୁ ସେ ସମ୍ପର୍କରେ ଯାତ୍ରୀମାନେ ନିଜ ଆଡ଼ୁ ଘୋଷଣା କରିବା ନିୟମ ରହିଛି। ମହିଳା ଜଣକ ଏହା ବିରୋଧରେ ଆଇନର ଆଶ୍ରୟ ନେବାକୁ ଚିନ୍ତା କରୁଥିବା ଜଣାପଡ଼ିଛି।

Leave A Reply