ରେଳଧାରଣାରୁ ମୁଣ୍ଡ ବିହୀନ ମୃତଦେହ ଜବତ; ପରିଚୟ ଖୋଜୁଛି ପୁଲିସ

ବ୍ରହ୍ମପୁର: ଗୋଳନ୍ଥରା ରେଳଷ୍ଟେସନ ନିକଟ ରେଳଧାରଣାରୁ ମଙ୍ଗଳବାର ସକାଳେ ଏକ ମୁଣ୍ଡ ବିହୀନ ମୃତଦେହ ଜବତ ହୋଇଛି। ମୃତକଙ୍କ ପରିଚୟ ଜଣାପଡିନଥିବା ବେଳେ ମୃତଦେହ ନିକଟରୁ ଏକ ଏଟିଏମ କାର୍ଡ ଓ ରେଳ ଟିକଟ ମିଳିଛି। ପୁଲିସ ମୁଣ୍ଡକୁ ଖୋଜି ବଫଳ ହେବା ପରେ କେବଳ ମୁଣ୍ଡ ବିହୀନ ମୃତଦେହକୁ ଜବତ କରି ବ୍ରହ୍ମପୁର ବଡମେଡିକାଲରେ ବ୍ୟବଚ୍ଛେଦ କରାଇଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

ସୋମବାର ରାତିରେ ଉକ୍ତ ବ୍ୟକ୍ତି ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ବୟସ ପାଖାପାଖି ୪୦ ହେବ ବୋଲି ଅନୁମାନ କରାଯାଇଛି । ଶରୀରରୁ ମୁଣ୍ଡଟି ଅଲଗା ହେବା ପରେ କୌଣସି ବିଲୁଆ କିମ୍ବା କୁକୁର ତାକୁ ଖାଇବା ପାଇଁ ଅନ୍ୟତ୍ର ନେଇଯାଇଥିବା ସନ୍ଦେହ କରାଯାଉଛି । ଖବର ପାଇ ସରକାରୀ ରେଳବାଇ ଥାନାର ଏସଆଇ ଅଶୋକ ପଣ୍ଡା ଓ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ମୁଣ୍ଡଟିକୁ ଅନେକ ଦୂର ଯାଏଁ ଖୋଜିଥିଲେ ମଧ୍ୟ ତାହା ମିଳିନଥିଲା । ତେଣୁ ଏହି ଘଟଣା ଅଧିକ ରହସ୍ୟମୟ ହୋଇ ରହିଛି । ମୁଣ୍ଡ ବିହୀନ ମୃତଦେହ ନିକଟରୁ ମିଳିଥିବା ଏଟିଏମ କାର୍ଡରେ ହରିହର ସାହୁ ବୋଲି ଲେଖା ହୋଇଛି । ରେଳଟିକଟ କଟକରୁ ବ୍ରହ୍ମପୁର ପାଇଁ କଟାଯାଇଥିବାରୁ ବ୍ୟକ୍ତି ଜଣକ ଏହି ଦୁଇ ସହରର କୋଉ ଅଞ୍ଚଳର ହୋଇ ଥାଇପାରନ୍ତି ବୋଲି ପୁଲିସ କହିଛି ।

Comments are closed.