ଅର୍ଥ ମନ୍ତ୍ରୀ ନିର୍ମଳାଙ୍କ ଘୋଷଣା; ଅର୍ଦ୍ଧନିର୍ମିତ ହାଉସିଂ ପ୍ରକଳ୍ପକୁ ପୂରା କରିବା ପାଇଁ ସରକାର ଦେବେ ୧୦ ହଜାର କୋଟି

0

ନୂଆଦିଲ୍ଲୀ : ମାନ୍ଦାବାସ୍ଥା ଦେଇ ଗତି କରୁଥିବା ଦେଶର ଅର୍ଥନୀତିକୁ ସୁଧାରିବା ପାଇଁ କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ କେତେକ ବଡ଼ ଘୋଷଣା କରିଛନ୍ତି। ଅର୍ଥ ମନ୍ତ୍ରୀ ଶନିବାର ଆହୂତ ସାମ୍ବାଦିକ ସମ୍ମିଳନୀରେ ଆର୍ଥିକ ମାନ୍ଦାବାସ୍ଥର ମୁକାବିଲା ପାଇଁ ସରକାର କ’ଣ ପଦକ୍ଷେପ ନେଇଛନ୍ତି ଓ ନେଉଛନ୍ତି ସେନେଇ ପ୍ରକାଶ କରିଛନ୍ତି। ନିର୍ମଳାଙ୍କ ଘୋଷଣା ଅନୁଯାୟୀ…

ପ୍ରମୁଖ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକର ମିଶ୍ରଣ ନେଇ ବ୍ୟାଙ୍କିଂ ସଂସ୍କାର ପଦକ୍ଷେପର ସକରାତ୍ମକ ପ୍ରଭାବ ଦେଖାଯାଉଛି। ରିୟଲଇଷ୍ଟେଟ କ୍ଷେତ୍ରରେ ସଂସ୍କାର ପାଇଁ ପଦକ୍ଷେପ ନିଆଯାଇଛି। ହାଉସିଂ କ୍ଷେତ୍ରକୁ ଗତି ଦେବା ପାଇଁ ସରକାର ବଡ଼ ପଦକ୍ଷେପ ନେଇଛନ୍ତି । ଏହି କ୍ରମରେ ୬୦% ପର୍ଯ୍ୟନ୍ତ ନିର୍ମିତ ହୋଇ ପଡିରହିଥିବା ପ୍ରକଳ୍ପକୁ ପୂରଣ କରିବା ପାଇଁ ସରକାର ୧୦ ହଜାର କୋଟି ଟଙ୍କା ଯୋଗାଇଦେବେ ବୋଲି ନିର୍ମଳା ଘୋଷଣା କରିଛନ୍ତି । କେବଳ ଏନପିଏ ଘୋଷିତ ହୋଇନଥିବା ପ୍ରକଳ୍ପଗୁଡ଼ିକ ପାଇଁ ଏହି ସୁବିଧା ଉପଲବ୍ଧ ରହିବ। ଘର କିଣିବା ପାଇଁ ଆବଶ୍ୟକ ପାଣ୍ଠି ନିମନ୍ତେ ଏକ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ। ଏଥିପାଇଁ ଏକ ୱିଣ୍ଡୋ କରାଯିବ ଓ ଏଥିରେ ବିଶେଷଜ୍ଞଙ୍କୁ ରଖାଯିବ। କେମିତି ଲୋକେ ସହଜରେ ଘର କିଣି ପାରିବେ ଓ ସହଜରେ ଋଣ ପାଇବେ ତାକୁ ଗୁରୁତ୍ୱ ଦିଆଯାଉଛି। ରପ୍ତାନୀ ବୃଦ୍ଧି ପାଇଁ ସରକାର ପଦକ୍ଷେପ ନେଇଛନ୍ତି। ଶିଳ୍ପ ଉତ୍ପାଦନ ବୃଦ୍ଧିର ସ୍ପଷ୍ଟ ସଂକେତ ମିଳୁଛି। ରପ୍ତାନୀର ସମୟକୁ କମ କରିବା ପାଇଁ ପଦକ୍ଷେପ ନିଆଯିବ। ବୋଷ୍ଟନ ଭଳି ବନ୍ଦର ଟର୍ଣ୍ଣ ଆରାଉଣ୍ଡ ପାଇଁ ଅଧା ଦିନ ଲାଗୁଥିବାବେଳେ ସାଂଘାଇ ଏହାଠାରୁ କମ ସମୟ ନେଉଛି। ତେଣୁ ସବୁ କ୍ଲିୟରାନ୍ସ ପାଇଁ ହସ୍ତଚାଳିତ ସେବାକୁ ବନ୍ଦ କରି ସ୍ୱଂୟଚାଳିତ ବ୍ୟବସ୍ଥା ଲାଗୁ କରାଯିବ। ଅର୍ଥ ଏବଂ ରପ୍ତାନୀର ଏକ ଆନ୍ତଃ ମନ୍ତ୍ରଣାଳୟ ଗୋଷ୍ଠୀ ଏହା ଉପରେ କାର୍ଯ୍ୟ କରିବେ। ରପ୍ତାନୀ ବୃଦ୍ଧି ପାଇଁ ୩୬ରୁ ୩୮ ହଜାର କୋଟି ଟଙ୍କା ନିବେଶ କରାଯିବ। ୨୦୨୦ ଜାନୁଆରୀ ୧ରୁ ଏମଇଆଇଏସକୁ ବନ୍ଦ କରି ଆରଓଡିଟିଇପି ଲାଗୁ କରାଯିବ। ନୂଆ ଆରଓଡିଟିଇପି ଦ୍ୱାରା ୫୦ ହଜାର କୋଟି ଟଙ୍କାର ଲାଭ ହେବ ବୋଲି ଆଶା କରାଯାଉଛି। ବାର୍ଷିକ ମେଗା ସପିଂ ଫେଷ୍ଟିଭାଲ ଦେଶର ୪ଟି ସ୍ଥାନରେ ଆୟୋଜିତ ହେବ। ୨୦୨୦ ମାର୍ଚ୍ଚରୁ ଏହି ପେଷ୍ଟିଭାଲ ଆୟୋଜନ ହେବ। ଏଥିରେ ଅଳଙ୍କାର, ଯୋଗ ଏବଂ ପର୍ଯ୍ୟଟନ, ହସ୍ତତନ୍ତ ଏବଂ ଚମଡ଼ା ନିର୍ମିତ ସାମଗ୍ରୀ ବ୍ରିକି କରାଯିବ।
ମୁଦ୍ରାସ୍ଫୀତି ନିୟନ୍ତ୍ରଣରେ ରହିଛି। ସେହିପରି ବିଦେଶୀ ପୁଞ୍ଜି ନିବେଶରେ ବୃଦ୍ଧି ପରିଲକ୍ଷିତ ହେଉଛି। ପ୍ରମୁଖ ଶିଳ୍ପ କ୍ଷେତ୍ରରେ ବିକାଶ ଦେଖିବାକୁ ମିଳୁଛି। ମୁଦ୍ରାସ୍ପୀତି ୪% ତଳେ ରହିବା ଅର୍ଥନୀତି ପାଇଁ ଶୁଭ ସଂକେତ। ବିଦେଶୀ ପାଣ୍ଠି ସ୍ୱାଭାବିକ ସ୍ଥିତିରେ ରହିଛି। ବ୍ୟାଙ୍କଗୁଡ଼ିକ ସୁଧ ହାର କମ କରିଛନ୍ତି। ଏନେଇ ଆସନ୍ତା ୧୯ରେ ପିଏସୟୁ ବ୍ୟାଙ୍କ ମୁଖ୍ୟଙ୍କ ସହ ଅର୍ଥମନ୍ତ୍ରୀ ଆଲୋଚନା କରିବେ।

Leave A Reply