ଫିଲ୍ମଫେୟାର ଆୱାର୍ଡ-୨୦୧୯ : ରଣବୀର କପୁର ଶ୍ରେଷ୍ଠ ଅଭିନେତା, ଆଲିଆ ଶ୍ରେଷ୍ଠ ଅଭିନେତ୍ରୀ

0

ମୁମ୍ବଇ : ବଲିଉଡର ସବୁଠାରୁ ବଡ଼ ପ୍ରତିଷ୍ଠିତ ଆୱାର୍ଡ ଫିଲ୍ମ ଫେୟାରର ୬୪ତମ ସଂସ୍କରଣ ଫିଲ୍ମ ଫେୟାର ଆୱର୍ଡ଼-୨୦୧୯’ ଗତକାଲି ମୁମ୍ବାଇର ଜିଓ ଗାର୍ଡ଼େନ୍‌ଠାରେ ଅନୁଷ୍ଠିତ ହୋଇଯାଇଛି। ଚଳିତ ବର୍ଷ ଫିଲ୍ମଫେୟାର୍‌ ଆୱାର୍ଡରେ ସଞ୍ଜୁ ଚଳଚ୍ଚିତ୍ର ପାଇଁ ରଣବୀର କପୁର ଶ୍ରେଷ୍ଠ ଅଭିନେତା ପୁରସ୍କାର ପାଇଥିବାବେଳେ ରାଜି ଚଳଚ୍ଚିତ୍ର ପାଇଁ ଅଲିଆ ଭଟ୍ଟ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ଜିତିଛନ୍ତି । କେବଳ ଏତିକି ନୁହେଁ ଆଲିଆଙ୍କ ଚଳଚ୍ଚିତ୍ର ‘ରାଜି’କୁ ବେଷ୍ଟ ଚଳଚ୍ଚିତ୍ର ଆୱାର୍ଡ଼(ପପୁଲାର) ମଧ୍ୟ ମିଳିଛି। ଏହି ଚଳଚ୍ଚିତ୍ରର ଗୀତ ‘ଏ ୱତନ୍‌’ପାଇଁ ଗୁଲଜାର୍‌ଙ୍କୁ ବେଷ୍ଟ ଲିରିକ୍ସ ଓ ଅରିଜିତ୍ ସିଂହଙ୍କୁ ବେଷ୍ଟ ସିଙ୍ଗର ଆୱାର୍ଡ଼ ମିଳିଛି। ଏହା ବ୍ୟତୀତ ମେଘନା ଗୁଲଜାର୍‌ଙ୍କୁ ଏହି ଫିଲ୍ମ ପାଇଁ ଶ୍ରେଷ୍ଠ ନିର୍ଦ୍ଦେଶକର ସମ୍ମାନ ମିଳିଛି।
ଚଳିତ ବର୍ଷ ଏହି ଆୱାର୍ଡ଼ ନାଇଟ୍‌କୁ କିଙ୍ଗ ଖାନ୍‌ଙ୍କ ସହ ଭିକି କୌଶାଲ୍ ଓ ରାଜ କୁମାର ରାଓ ହୋଷ୍ଟ କରିଥିଲେ। ଏହାସହ ବଲିଉଡର ଅନେକ ନାମୀ ଦାମୀ କଳାକାର ଏଥିରେ ସାମିଲ ହୋଇଥିଲେ।

Leave A Reply