‘ଲଭ୍‌ରାତ୍ରି’କୁ ନେଇ ଅଡୁଆରେ ସଲମାନ ; ମାମଲା ରୁଜୁ ପାଇଁ ଅଦାଲତଙ୍କ ନିର୍ଦେଶ

0

ନୂଆଦିଲ୍ଲୀ :  ‘ଲଭରାତ୍ରି’ ଚଳଚ୍ଚିତ୍ରକୁ ନେଇ ଅଡୁଆରେ ପଡିଛନ୍ତି ବଲିଉଡ ଅଭିନେତା ସଲମାନ ଖାଁ। ଚଳଚ୍ଚିତ୍ରର ଶିରୋନାମା ହିନ୍ଦୁ ଧର୍ମାବଲମ୍ବୀଙ୍କ ଭାବାବେଗକୁ ଆଘାତ ଦେଉଥିବା ନେଇ ଅଭିଯୋଗ ହୋଇଛି। ଏଥିପାଇଁ ସଲମାନ ଓ ଚଳଚ୍ଚିତ୍ରରେ ଅଭିନୟ କରିଥିବା ୭ ଅଭିନେତାଙ୍କ ବିରୋଧରେ ମାମଲା ରୁଜୁ କରିବା ଲାଗି ବିହାର ମୁଜାଫରପୁରସ୍ଥିତ ଏକ ଅଦାଲତ ନିର୍ଦେଶ ଦେଇଛନ୍ତି। ଚଳଚ୍ଚିତ୍ର ‘ଲଭରାତ୍ରି’ ଦୁର୍ଗାଦେବୀଙ୍କ ନବରାତ୍ରି ପୂଜା ଉପରେ ଆଧାରିତ। ପୂର୍ବରୁ ବିଶ୍ବ ହିନ୍ଦୁ ପରିଷଦ (ଭିଏଚପି) ଏହି ଚଳଚ୍ଚିତ୍ରକୁ ନେଇ ଆପତ୍ତି ଉଠାଇଥିଲା। ଭିଏଚପିର ଆନ୍ତର୍ଜାତିକ କାର୍ଯ୍ୟକାରୀ ଅଧ୍ୟକ୍ଷ ଆଲୋକ କୁମାର କହିଥିଲେ ଯେ ଚଳଚ୍ଚିତ୍ରକୁ ସିନେମା ହଲ୍‌ରେ ପ୍ରଦର୍ଶନ କରିବାକୁ ଦିଆଯିବ ନାହିଁ।

Leave A Reply