ଗାଈ ପାଇଁ ଗୋଷ୍ଠୀ ସଂଘର୍ଷ, ୪ଆହତ

0

ନୟାଗଡ଼: ନୟାଗଡ଼ ଜିଲା ଫତେଗଡ ଥାନା ଅନ୍ତର୍ଗତ ବାଇଗୁଣିଆ ଗ୍ରାମରେ ସୋମବାର ଗାଈ ପାଇଁ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିବା ଜଣାପଡିଛି। ସଂଘର୍ଷରେ ୪ଜଣ ଆହତ ହୋଇଛନ୍ତି। ୪ଜଣଙ୍କୁ ଗୁରୁତର ଅବସ୍ଥାରେ ଭୁବନେଶ୍ବର ସ୍ଥାନାନ୍ତର କରାଯାଇଛି।
ସୂଚନା ମୁତାବକ, ଗୋଟିଏ ସାହିର ଗାଈ ଅନ୍ୟସାହିରେ ଚରୁଥିବାବେଳେ ଏକ ସ୍କୁଟିରେ ବାଜିଯାଇଥିଲା। ଫଳରେ ଦୁଇ ଗୋଷ୍ଠୀ ମାରଣାତ୍ସ ଧରି ପରଷ୍ପରକୁ ଆକ୍ରମଣ କରିଥିଲେ।

Leave A Reply