ସାରା ଦୁନିଆରେ ୮ ଘଣ୍ଟା ପାଇଁ ବନ୍ଦ ହୋଇଯାଇଥିଲା ଫେସ୍‌ବୁକ୍‌, ହ୍ୱାଟସ୍‌ଆପ୍‌ ଓ ଇନଷ୍ଟାଗ୍ରାମ!

0

ନୂଆଦିଲ୍ଲୀ ..-  ବୁଧବାରରେ   ବିଭିନ୍ନ ଦେଶରେ ଫେସ୍‌ବୁକ୍‌, ଇନଷ୍ଟାଗ୍ରାମ ଓ ହ୍ୱାଟସ୍‌ଆପ୍‌ କାମ କରିବା ବନ୍ଦ କରିଦେଇଥିବା ଅଭିଯୋଗ ହୋଇଛି । ପ୍ରାୟ ୮ ଘଣ୍ଟାରୁ ଅଧିକ ସମୟକାଳ ଏହା କାମ କରି ନ ଥିଲା ।  ଫେସ୍‌ବୁକ୍‌ରେ ପୋଷ୍ଟ କରିବା , କମେଣ୍ଟ କରିବା ସମ୍ଭବ ହୋଇ ନ ଥିଲା । ଖୁବଶୀଘ୍ର ଏହି ସମସ୍ୟାର ସମାଧାନ କରାଯିବ ବୋଲି ସନ୍ଦେଶ ଦେଖାଇଥିଲା ।

ଏହା ବ୍ୟତୀତ କିଛି ଫେସ୍‌ବୁକ୍‌ ବ୍ୟବହାରକାରୀ  ନିଜ ଆକାଉଣ୍ଟରେ ଲଗଇନ୍ କରି ପାରି ନଥିଲେ । ପରେ ଏହାକୁ ଠିକ୍‌ କରି ଦିଆଯାଇଥିଲା । ଫେସ୍‌ବୁକ୍‌ ବନ୍ଦ ହେବାପରେ ଏହାର ବ୍ୟବହାରକାରୀମାନେ ଟ୍ୱିଟରେ ଅଭିଯୋଗ କରିଥିଲେ । ପରେ ଫେସ୍‌ବୁକ୍‌ ପକ୍ଷରୁ ଏହି ସମସ୍ୟା ଠିକ୍‌ କରାଯାଇଥିବା ଟ୍ୱିଟ କରାଯାଇଥିଲା ।

Leave A Reply