ବାପା ମାଡରେ ୪ ବର୍ଷର ଶିଶୁପୁତ୍ର ମୃତ

0

ଝାରସୁଗୁଡା: ଲଇକେରା ଥାନା ଅନ୍ତର୍ଗତ ଭୁର୍ସିମାଲ ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି । ବାପାର ଗୋଇଠା ଓ ଚାପୁଡା ମାଡରେ ଜଣେ ୪ ବର୍ଷର ଶିଶୁପୁତ୍ରର ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି । ଘଟଣା ପରେ ବାପା ଫେରାର ଥିବା ଜଣାପଡିଛି । ସୂଚନାଯୋଗ୍ୟ, ଦିନେଶ  ନାୟକ ଡ୍ରାଇଭର ହୋଇଥିବାରୁ ସେ ବାହାରେ ରହୁଥିଲେ । ତେଣୁ ତାଙ୍କ ପତ୍ନୀ ପୁଅ ଶୁଭମ ସହିତ ୯ମାସ ହେବ ବାପ ଘରେ ରହୁଥିଲେ । ଗତକାଲି ରାତିରେ ଦିନେଶ ନିଶାଗ୍ରସ୍ତ ଅବସ୍ଥାରେ ପୁଅକୁ ନେବା ପାଇଁ ଶଶୂର ଘରେ ପହଞ୍ଚିଥିଲେ । କିନ୍ତୁ ଶୁଭମ୍ ବାପା ସହିତ ଯିବାକୁ ଅରାଜି ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ପୁଅକୁ ଦିନେଶ ଗୋଇଠା ଓ ଚାପୁଡା ମାରିଥି​‌ଲେ । ଶୁଭମ୍ ତଳେ ପଡି ଯିବାରୁ ତାର ମୁଣ୍ଡରେ ଆଘାତ ଲାଗିଥିଲା । ତାକୁ ତୁରନ୍ତ ନିକଟସ୍ଥ ଡାକ୍ତରଖାନା ନିଆଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଆଜି ଶୁଭମର ମୃତ୍ୟୁ ଘଟିଛି ।

Leave A Reply