ଜାତିର ପିତା ମହାତ୍ମା ଗାନ୍ଧୀ

0

ସାରା ବିଶ୍ୱରେ ସଭିଁଙ୍କ ନିମନ୍ତେ ‘ସ୍ୱାଧୀନତା’ର ଖୁବ ବିଶେଷତ୍ୱ ରହିଛି।ଭାରତ ପାଇଁ ଏହାର ଗୁରୁତ୍ୱତା ମଧ୍ୟ ସ୍ୱତନ୍ତ୍ର। କାରଣ ଇଂରେଜ ମାନଙ୍କ ଦ୍ୱାରା ପ୍ରାୟ ୨୦୦ ବର୍ଷ ଠାରୁ ଅଧିକ ଶାସନ ପରେ ୧୫ ଅଗଷ୍ଟ ୧୯୪୭ ମସିହାରେ ଆମ ଦେଶ ଭାରତ ସ୍ୱାଧୀନ ହୋଇଥିଲା। ସମସ୍ତ ଭାରତୀୟ ମାନଙ୍କ ପାଇଁ ଏହା ଏକ ପବିତ୍ର ଦିବସ କାରଣ ବହୁ ବାଧାବିଘ୍ନ, କଷ୍ଟ ଓ ଅସୁବିଧାର ସମ୍ମୁଖୀନ ପରେ ସ୍ୱାଧୀନତା ପ୍ରାପ୍ତି ହୋଉଥିଲା।
ଏହି ସ୍ୱାଧୀନତା ପ୍ରାପ୍ତି ପାଇଁ ବହୁ ପବିତ୍ର ଓ ମହାନ ବ୍ୟକ୍ତି ମାନେ ନିଜର ପ୍ରାଣ ବଳି ଦେଇଥିଲେ।ସେମାନଙ୍କ ଯୋଗୁ ହିଁ ଭାରତ ଆଜି ସ୍ୱାଧୀନ।ସେହି ଭଳି ମହାନ ବ୍ୟକ୍ତିମାନେ ହେଲେ, ଜାତିର ପିତା ମହାତ୍ମା ଗାନ୍ଧୀ, ନେତାଜୀ ସୁଭାଷ ଚନ୍ଦ୍ର ବୋଷ, ସର୍ଦ୍ଦାର ବଲଭଭାଇ ପଟେଲ, ଜବାହର ଲାଲ ନେହେରୁ,ଲାଲ ବାହାଦୁର ଶାସ୍ତ୍ରୀ, ଭଳି ମହାନ ବ୍ୟକ୍ତିତ୍ୱ।
ଏହି ସ୍ୱାଧୀନତା ଦିବସ ଉପଲକ୍ଷେ ଆସନ୍ତୁ ଜାଣିବା, ଜାତିର ପିତା ମହାତ୍ମା ଗାନ୍ଧୀ ‘ବାପୁଜୀ’ଙ୍କ ବିଷୟରେ କିଛି ଅଭୁଲା କଥା……………….
ଗୁଜୁରାଟର ପୋରବନ୍ଦରେ ୧୮୬୯ ମସିହା ଅକ୍ଟୋବର ୨ତାରିଖରେ ଏହି ମହାନ ଆତ୍ମାଙ୍କ ଜନ୍ମ ହୋଇଥିଲା। ଯାହାଙ୍କ ଜନ୍ମଦିବସକୁ ଖାଲି ଭାରତ ନୁହେଁ ସାରା ବିଶ୍ୱରେ ରାଷ୍ଟ୍ରୀୟ ଦିବସ ରୂପେ ପାଳନ କରାଯାଏ। ପିତା କରମଚାନ୍ଦ ଗାନ୍ଧୀ ଓ ମାତା ପୁତୁଲୀ ବାଈ ଗାନ୍ଧୀଙ୍କ ନାମ ମୋହନ ଦାସ କରମଚାନ୍ଦ ଗାନ୍ଧୀ ବୋଲି ରଖିଥିଲେ। ପିଲାଟି ବେଳରୁ ସେ ଖୁବ ସାଧାସିଧା ଓ ତାଙ୍କ ଜୀବନରେ ସତ୍ୟ, ଅହଂସା,ନିଷ୍ଠାର,ସଚ୍ଚୋଟ ଓ ଶୃଙ୍ଖଳାର ମୂଲ୍ୟ ସବୁଠାରୁ ଅଧିକ ଥିଲା। ଏହାକୁ ସେ ନିଜ ଜୀବନର ବ୍ରତ ଭାବେ ଧାରଣ କରିଥିବା ସହ ସାରା ବିଶ୍ୱକୁ ଏହାର ମହତ୍ତ୍ୱ ବୁଝାଇ ଦେଇଥିଲେ। ଧୀରେ ଧୀରେ ବଡ଼ ହେବା ପରେ ସେ ‘ଆଇନ’ ପଢିବା ନିମନ୍ତେ ଇଂଲଣ୍ଡ ଯାଇଥିଲେ।ଏହା ପରେ ସେ ଭାରତକୁ ଏକ ଓକିଲ ଭାବେ ପ୍ରତ୍ୟାବର୍ତ୍ତନ କରିଥିଲେ। ସେ ଏକ ମକଦ୍ଦମା ଯୋଗୁ ଦକ୍ଷିଣ ଆଫ୍ରିପା ଯାଇଥିଲେ। ସେଠାରେ ସେ କଳାଗୋରାର ଭେଦଭାବ ଦେଖି ଏଭଳି କୁନୀତିକୁ ଦୂର କରିବା ଥିଲା ତାଙ୍କର ଲକ୍ଷ୍ୟ।
ସେ ଇଂରେଜମାନଙ୍କ ବିରୁଦ୍ଧରେ ଲଢିବା ପାଇୁଁ ଏକ ରାସ୍ତା ଚୟନ କରିଥିଲେ ଯାହା ଥିଲା ସତ୍ୟ ଓ ଅହିଂସାର ପଥ, ‘ସତ୍ୟାଗ୍ରହ’। ଅହିଂସା ମାଧ୍ୟମରେ ବିରୋଧ କରିବା। ବହୁ ଲୋକ ତାଙ୍କର ଏହି ନୀତିରେ ଅନୁପ୍ରାଣିତ ହୋଇ ତାଙ୍କୁ ଅନୁକରଣ କରିଥିଲେ।
ଏହି ଭଳି ବିଭିନ୍ନ ବାଧାବିଘ୍ନ ସର୍ତ୍ତେ ଅହିଂସା ଓ ସତ୍ୟକୁ ଆଧାର କରି ବହୁ କଷ୍ଟରେ ସେ ଭାରତବାସୀଙ୍କ ନିମନ୍ତେ ଆଣି ଦେଇଥିଲେ ସ୍ୱାଧୀନତା।ଯାହାଙ୍କ ପାଇଁ ଆଜି ଆମେ ସୁଖରେ ଓ ସ୍ୱାଧୀନ ଭାବେ ଜୀବନ ବିତେଇବା ସହ ଆମ ଦେଶ ଭାରତ ଓ ଆମେ ଭାରତୀୟ ବୋଲି ଗର୍ବରେ କହିପାରୁଛୁ।

Leave A Reply