ଆତଙ୍କ ପାଇଁ ପାଣ୍ଠି – ୨୦୨୦ ଯାଏଁ ‘ଗ୍ରେ’ ଲିଷ୍ଟରେ ପାକିସ୍ତାନ

ସମାଜ ପୋର୍ଟାଲ ଡେସ୍କ: ଅର୍ଥ କାରବାର କାର୍ଯ୍ୟାନ୍ୱୟନ ସଂକ୍ରାନ୍ତ ସଂଗଠନ – ଏଫଏଟିଏଫ ପୁନର୍ବାର ପାକିସ୍ତାନକୁ ୨୦୨୦ ପର୍ଯ୍ୟନ୍ତ ଗ୍ରେ ତାଲିକାଭୁକ୍ତ କରିଛି। ଆତଙ୍କୀ ସଂଗଠନ ଓ ଆତଙ୍କବାଦ ପାଇଁ ଅର୍ଥ ଯୋଗାଣ ବନ୍ଦ କରିବାକୁ କଠୋର ପଦକ୍ଷେପ ନେବାକୁ ଏଫଏଟିଏଫ ପାକିସ୍ତାନକୁ ନିର୍ଦ୍ଦେଶ ଦେଇଛି। ଆସନ୍ତାକାଲି ଅର୍ଥାତ ଅକ୍ଟୋବର ୧୮ରେ ଆନୁଷ୍ଠାନିକ ଭାବେ ଏଫଏଟିଏଫ ଏହି ବିଷୟ ଘୋଷଣା କରିବ ବୋଲି ଜଣାପଡିଛି।

ପ୍ୟାରିସରେ ଅନୁଷ୍ଠିତ ଏଫଏଟିଏଫ ବୈଠକରେ ଏ ନେଇ ସମୀକ୍ଷା କରାଯାଇଥିଲା। ଆତଙ୍କୀ ସଙ୍ଗଠନକୁ ପାକିସ୍ଥାନ ପକ୍ଷରୁ ପାଣ୍ଠି ଯୋଗାଣ ନେଇ ତା ବିରୁଦ୍ଧରେ ନିଆଯାଇଥିବା ପଦକ୍ଷେପ ବିଷୟରେ ଆଲୋଚନା କରାଯାଇଥିଲା। ପୂର୍ବରୁ ମଧ୍ୟ ପାକିସ୍ଥାନ ପକ୍ଷରୁ ପାଣ୍ଠି ଯୋଗାଣ ବନ୍ଦ ନେଇ କୌଣସି ଆଖି ଦୃଷ୍ଟିଆ ପଦକ୍ଷେପ ନିଆଯାଇନଥିବାରୁ ଏଫଏଟିଏଫ ସେହି ଦେଶକୁ ଗ୍ରେ ତାଲିକାଭୁକ୍ତ କରିଥିଲା ଓ ଚଳିତ ଥର ମଧ୍ୟ ଏଫଏଟିଏଫ ପାକିସ୍ଥାନର କାର୍ଯ୍ୟକଳାପରେ ଅସନ୍ତୋଷ ପ୍ରକାଶ କରିଛି। ଏଫଏଟିଏଫ ୨୦୨୦ରେ ପାକିସ୍ତାନକୁ କଳା ତାଲିକାଭୁକ୍ତ କରାଯିବ କି ନାହିଁ ସେ ନେଇ ନିଷ୍ପତ୍ତି ଗ୍ରହଣ କରିବ।

Comments are closed.