ଫାରୁକ୍‍ ଅବଦୁଲ୍ଳାଙ୍କ ନାମରେ ସିବିଆଇ ଚାର୍ଜସିଟ୍‍

0

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବ୍‍ଦୁଲ୍ଲାଙ୍କ ନାମରେ ସିବିଆଇ ଚାର୍ଜସିଟ୍‍ ଦାଖଲ କରିଛି। ଜମ୍ମୁ-କଶ୍ମୀର କ୍ରିକେଟ୍‍ ଆସୋସିଏସନ୍‍ ଦୁର୍ନୀତି ମାମଲାରେ ଫାରୁକ୍‍ଙ୍କ ସହିତ ଅନ୍ୟ ତିନିଜଣଙ୍କ ନାମରେ ସୋମବାର ସିବିଆଇ ଚାର୍ଜସିଟ୍‍ ଦାଖଲ କରିଛି। ଫାରୁକ୍‍ ଉକ୍ତ ଆସୋସିଏସନ୍‍ର ସଭାପତି ଥିବା ବେଳେ ଅନ୍ୟ ତିନିଜଣ ହେଲେ ଆସୋସିଏସନର ସାଧାରଣ ସମ୍ପାଦକ ମହମ୍ମଦ ସଲିମ୍‍ ଖାନ୍‍, କୋଷାଧ୍ୟକ୍ଷ ଆସାନ୍‍ ଅହମ୍ମଦ ମିର୍ଜା ଓ ବ୍ୟାଙ୍କ ନିର୍ବାହୀ ଅଧିକାରୀ ବଶିର ଅହମ୍ମଦ ମିସ୍‍ଗାର। ଜମ୍ମୁ-କଶ୍ମୀରରେ କ୍ରିକେଟ୍‍ ବିକାଶ ପାଇଁ ଭାରତୀୟ କ୍ରିକେଟ୍‍ କଣ୍ଟ୍ରୋଲ୍‍ ବୋର୍ଡ(ବିସିସିଆଇ) ୨୦୦୨ ରୁ ୨୦୧୧ ମଧ୍ୟରେ ଜମ୍ମୁ-କଶ୍ମୀର କ୍ରିକେଟ୍‍ ଆସୋସିଏସନ୍‍କୁ ୧୧୨ କୋଟି ଟଙ୍କା ଦେଇଥଲା। ଉକ୍ତ ରାଶିରୁ ୪୩.୬୯ କୋଟି ଟଙ୍କା ଆତ୍ମସାତ୍‍ ହୋଇଥିବା ଅଭିଯୋଗ ଆସିଥିଲା। ଏହାପରେ ମାମଲାର ତଦନ୍ତ ଦାୟିତ୍ୱ ସିବିଆଇକୁ ଦିଆଯାଇଥିଲା।

Leave A Reply