ପୁଣି ବରଗଡରେ ଚାଷୀ ଆତ୍ମହତ୍ୟା ଅଭିଯୋଗ

0

ବରଗଡ : ବରଗଡ ଜିଲାରେ ପୁଣି ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ସୂଚନା ମୁତାବକ, ବରଗଡ଼ ଜିଲା ଅତାବିରା ବ୍ଲକ ଅନ୍ତର୍ଗତ ଖରମୁଡା ଗ୍ରାମର ଶୁଭ ରଣା ନାମକ ଜଣେ ଚାଷୀ ଫସଲହାନୀ ଓ ରୁଣ କାରଣରୁ ଆତ୍ମହତ୍ୟା କରିଥିବା ଜଣାପଡିଛି। ଶୁଭ ଫେବ୍ରୁଆରୀ ୨୮ରୁ ନିଖୋଜ ଥିବାବେଳେ ସୋମବାର ଗ୍ରାମ ନିକଟ ଜଙ୍ଗଲରୁ ତାଙ୍କର ମୃତଦେହ ପୁଲିସ୍ ଉଦ୍ଧାର କରିଛି। ତାଙ୍କ ଶବ ପାଖରେ ଏକ ବୋତଲ ମିଳିଥିବାରୁ ବିଷ ପିଇ ଆତ୍ମହତ୍ୟା କରିଥିବାର ପୁଲିସ ସନ୍ଦେହ କରୁଛି।

Leave A Reply