ଋଣଭାର ଚିନ୍ତାରେ ଚାଷୀଙ୍କ ଆତ୍ମହତ୍ୟା ଉଦ୍ୟମ

0

କଳାହାଣ୍ଡି: କଳାହାଣ୍ଡି ଜିଲାର ଜୟପାଟଣା ବ୍ଲକର କେନ୍ଦୁମୁଣ୍ଡି ଗ୍ରାମରେ ଜଣେ ଚାଷୀ ଋଣଭାର ଚିନ୍ତାରେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଚାଷୀଙ୍କ ନାମ କୃପା ନାଏକ (୬୦)। ସେ ଆଇ.ଓ.ବି.ରୁ ୨୦ହଜାର ଓ ଏସ୍ ଏଚ୍ ଜି ଋଣ କରି ୪ ଏକର ଜମିରେ ଧାନ ଫସଲ କରିଥିଲେ। ବର୍ଷା ଅଭାବ ଯୋଗୁଁ ମରୁଡି ହେବା ଫଳରେ ତାଙ୍କର ସମସ୍ତ ଧାନ ଫସଲ ନଷ୍ଟ ହୋଇ ଯାଇଥିଲା। ପରିବାର ଭରଣାପୋଷଣା ଓ ଋଣ ସୁଝିବା ଚିନ୍ତାରେ ସେ କିଛି ଦିନ ହେବ ମାନସିକ ଦୁଃଶ୍ଚିନ୍ତାରେ ରହୁଥିଲେ। ତେବେ ଶୁକ୍ରବାର ସନ୍ଧ୍ୟା ସମୟରେ ନିଜ ଜମିରେ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ପରିବାର ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ସଙ୍ଗେ ସଙ୍ଗେ ଭବାନୀପାଟଣା ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ତାଙ୍କୁ ଅବସ୍ଥା ଅଧିକ ଗୁରୁତର ହେବାରୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି।

Leave A Reply