ବିଷ ପିଇ ମହିଳା ଚାଷୀଙ୍କ ଆତ୍ମହତ୍ୟା ଅଭିଯୋଗ

0

ନବରଙ୍ଗପୁର: ପୁଣି ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ଏଥର ଜଣେ ମହିଳା ଚାଷୀ ଆତ୍ମହତ୍ୟା କରିଥିବା ଜଣାପଡିଛି । ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଆଉଁଳିମା ଗାଁର ପଦ୍ମାବତୀ ମୁଦୁଲି ନାମକ ଜଣେ ମହିଳା ଚାଷୀ ଏକ ଘରୋଇ ସଂସ୍ଥା ଠାରୁ ଋଣ ଆଣିଥିଲେ । ଗୋଟିଏ ପଟେ ଋଣର ବୋଝ ଓ ଅନ୍ୟ ପଟେ ଲଗାଣ ବର୍ଷା ଯୋଗୁଁ ଫସଲ ନଷ୍ଟ ହୋଇଯାଇଥିଲା। ଏଭଳି ପରିସ୍ଥିତିରେ ଋଣ ସୁଜି ନପାରିବାରୁ ସେ ମାନସିକ ଭାରସ୍ୟାମ ହରାଇ ସେ ବିଷ ପିଇ ଦେଇଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି । ପରିବାର ଲୋକ ତାଙ୍କୁ ମେଡିକାଲ ନେଇଥିଲେ ମଧ୍ୟ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି ।

Leave A Reply