ଫସଲ ଉଜୁଡି ଯିବାରୁ ଚାଷୀଙ୍କ ଆତ୍ମହତ୍ୟା ଅଭିଯୋଗ

0

ବଲାଙ୍ଗୀର: ଫସଲ ଉଜୁଡି ଯିବାରୁ ଜଣେ ଚାଷୀ କୀଟନାଶକ ପିଇ ଆତ୍ମହତ୍ୟା କରିଛନ୍ତି। ବଲାଙ୍ଗୀର ଜିଲା ତୁରକେଲା କୁମେଇମୁଣ୍ଡା ଗ୍ରାମରେ ମଙ୍ଗଳବାର ଦିନ ଜଣେ ଚାଷୀ ବିଷ ପିଇ ଆତ୍ମହତ୍ୟା କରିଛନ୍ତି। ମୃତକଙ୍କ ନାମ ଶରତ ମାଝୀ। ଶରତଙ୍କ ମୃତ୍ୟୁ ପରେ ପରିବାର ଲୋକେ କ୍ଷତିପୂରଣ ଦାବି କରି ତାଙ୍କ ଶବକୁ ରାସ୍ତାରେ ରଖି ରାସ୍ତାରୋକ କରିଛନ୍ତି।
ସୂଚନାଯୋଗ୍ୟ ଯେ, ଶରତ କିଛି ଟଙ୍କା ଋଣ ଆଣି ଚାଷ କରିଥିଲେ। ଲଗାଣ ବର୍ଷା କାରଣରୁ ତାଙ୍କର ସମସ୍ତ ଫସଲ ନଷ୍ଟ ହୋଇଯାଇଥିଲା। ଫସଲ ଉଜୁଡି ଯିବାରୁ ସେ ମାନସିକ ଭାରସାମ୍ୟ ହରାଇ କୀଟନାଶକ ପିଇ ଦେଇଥିଲେ। ପରିବାର ଲୋକ ତାଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।

Leave A Reply