ସମ୍ବଲପୁର : ଚାଷୀ ଆନ୍ଦୋଳନ ପ୍ରତ୍ୟାହୃତ

ଶୁକ୍ରବାର ଠାରୁ ମଣ୍ଡିରେ ଧାନ ବିକ୍ରି ହେବ

ସମ୍ବଲପୁର : ଟୋକନ୍ ବ୍ୟବସ୍ଥା ମାଧ୍ୟମରେ ଧାନ କ୍ରୟକୁ ନେଇ ସୃଷ୍ଟି ହୋଇଥିବା ଅଚଳାବସ୍ଥା ଓ ଚାଷୀ ଆନ୍ଦୋଳନ ଶେଷରେ ପ୍ରତ୍ୟାହାର ହୋଇଯାଇଛି । ସମ୍ବଲପୁରରେ ଚାଷୀ ଆନ୍ଦୋଳନ ପ୍ରତ୍ୟାହାର କରିନିଆଯାଇଥିବା କୃଷକ ସଂଗଠନର ଆବାହକ ଅଶୋକ ପ୍ରଧାନ ଘୋଷଣା କରିଛନ୍ତି। ଫଳରେ ଶୁକ୍ରବାର ଠାରୁ ମଣ୍ଡିରେ ଧାନ ବିକ୍ରି ହେବ।

ମନ୍ତ୍ରୀ ସୁଶାନ୍ତ ସିଂହ ଏବଂ ବିଧାୟକ ରୋହିତ ପୂଜାରୀଙ୍କ ସହ ଚାଷୀ ପ୍ରତିନିଧିଙ୍କ ଆଲୋଚନା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି। ମନ୍ତ୍ରୀ ଓ ବିଧାୟକଙ୍କ ପ୍ରତିଶ୍ରୁତି ପରେ ଚାଷୀ ପ୍ରତିନିଧିଙ୍କ ଆଲୋଚନା ହୋଇଥିଲା। ଏହାପରେ ଚାଷୀ ସଂଗଠନର ଆବାହକ ଅଶୋକ ପ୍ରଧାନ ଆନ୍ଦୋଳନ ପ୍ରତ୍ୟାହାର ସଂପର୍କରେ ଘୋଷଣା କରିଥିଲେ। ତେଣୁ ଆସନ୍ତାକାଲିଠାରୁ ମଣ୍ଡିରେ ଧାନ ସଂଗ୍ରହ କରାଯିବ।

 

Comments are closed.