ପୁଣି ଚାଷୀ ମୃତ୍ୟୁ ଅଭିଯୋଗ

0

ବରଗଡ଼: ବରଗଡ ଜିଲା ଗାଇସୀମା ଅଞ୍ଚଳର ଜଣେ ୭୦ ବର୍ଷୀୟ ଚାଷୀ ଧନପତି ବିଶ୍ୱାଳ କୀଟନାଶକ ପିଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ଋଣ ବୋଝ ଏବଂ ଫସଲ ହାନି ସହ୍ୟ କରି ନ ପାରି ଧନପତି ଏପରି କରିଥିବା ପରିବାର ଲୋକ କହିଛନ୍ତି ।

ସୂଚନାଯୋଗ୍ୟ, ଧନପତି ବିଶ୍ୱାଳ ୬ ଏକର ବିଶିଷ୍ଟ ଜମିର ଫସଲ ପାଇଁ ବିଭିନ୍ନ ଲୋକଙ୍କ ଠାରୁ ପ୍ରାୟ ଦେଢ଼ଲକ୍ଷ ଟଙ୍କା କରଜ ଆଣିଥିଲେ । କିନ୍ତୁ ଅଦିନିଆ ବର୍ଷାରେ ଫସଲ ନଷ୍ଟ ହୋଇଯାଇଥିଲା। ଗୋଟିଏ ପଟେ କରଜ ସୁଝି ପାରିନଥିବା ବେଳେ ଅନ୍ୟ ପଟରେ ଫସଲ ହାନି ଦେଖି ସେ ମାନସିକ ଭାରସ୍ୟାମ ହରାଇ କୀଟନାଶକ ପିଇ ଦେଇଥିଲେ । ଆଜି ତାଙ୍କର ମୃତ୍ୟୁ ଘଟିଛି ।

Leave A Reply