ଆସିଲା ଫରାରିର ନୂଆ ମଡେଲ

0

ନୂଆଦିଲ୍ଲୀ : ଲୋକପ୍ରିୟ ରେସିଂ କାର ଫରାରି ନିଜର ନୂଆ ମଡେଲ କାର ବଜାର ପ୍ରବେଶ କରାଇଛି। ସାଧାରଣତଃ ଏହି କାର ରେସିଂ ସମୟରେ ହିଁ ବ୍ୟବହାର ହୋଇଥାଏ। କିନ୍ତୁ ଏହି କାରକୁ ବର୍ତ୍ତମାନ ସମସ୍ତେ କିଣିବା ପାଇଁ ସମସ୍ତ ସୁବିଧା ରହିଛି। ଏହି କାରର ମୂଲ୍ୟ ୧.୬ ମିଲିୟନ ୟୁରୋ ରହିଛି। ଏହି କାରର ଦୁଇ କିମ୍ବା ଏକ ସିଟ୍‍ ବିଶିଷ୍ଟ ସୁବିଧା ରହିଛି। କିନ୍ତୁ ଗ୍ରାହକ କେବଳ ଗୋଟିଏ ହିଁ କିଣିପାରିବେ ବୋଲି କମ୍ପାନୀ ବିକ୍ରୟ ମୁଖ୍ୟ ଏନ୍ରିକୋ ଗ୍ଲାରିଆ କହିଛନ୍ତି। ଫରାରି କାରର ଅତ୍ୟାଧୁନିକ ସୁବିଧା ସବୁବେଳେ ଗ୍ରାହକ ମାନଙ୍କୁ ଆକୃଷ୍ଟ କରିଛି। ଏହି କାରରେ କାର୍ବନ ଫାଇବର, ୮୧୦ ହୋରସ୍‍ପାୱାର ମୋଞ୍ଜା ରହିଛି। ଏହି କାର ଘଣ୍ଟା ପ୍ରତି ବେଗ ୧୦୦କିମି ବେଗ ରହିଛି। ସବୁବେଳେ ରେସିଂ କାର ଫରାରିର ସ୍ୱତନ୍ତ୍ର ରୂପ ରହିଥାଏ। ଯାହା ଗ୍ରାହକଙ୍କୁ ଆକୃଷ୍ଟ କରିଥାଏ ବୋଲି ଗ୍ଲାରିଆ କହିଛନ୍ତି।

Leave A Reply