ଫନିରେ ଭାଙ୍ଗିଥିବା ଘର ବଦଳରେ ମିଳିବ ପକ୍କା ଘର

ଭୁବନେଶ୍ୱର .- ଅତି ଭୀଷଣ ସାମୁଦ୍ରିକ ଝଡ ଫନିର ପ୍ରଭାବରେ ନଷ୍ଟ ହୋଇଥିବା ଘର ପାଇଁ ପକ୍କା ଘର ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ଯେଉଁ ଲୋକଙ୍କର ଘର ଅତି ପ୍ରଭାବିତ ହୋଇଥିବ କି ନଷ୍ଟ ହୋଇଥିବ ସେମାନଙ୍କୁ ପକ୍କା ଘର ତିଆରି ପାଇଁ ସହାୟତା ଦିଆଯିବ । ମେ ୧୫ ତାରିଖରୁ ଘରମାନଙ୍କର କେତେ କ୍ଷତି ହୋଇଛି ସେ ବିଷୟରେ ସର୍ବେକ୍ଷଣ କରାଯିବ । ଜୁନ ଏକ ତାରିଖ ସୁଦ୍ଧା ନିର୍ମାଣ ଆଦେଶ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।

Comments are closed.