ମିଛ ଦସ୍ତାବେଜ ବିରୁଦ୍ଧରେ ମାମଲା

0

କଟକ..-  ଏକ ମିଛ ଦସ୍ତାବେଜକୁ  ନେଇ ଏକ ରାଜନୈତିକ ଦଳ ସାମ୍ବାଦିକ ସମ୍ମିଳନୀ କରିଥିବା  ଅଭିଯୋଗ ହୋଇଛି ।  ପୁଲିସ ବିଭାଗର ଗୁଇନ୍ଦା ବିଭାଗର ସ୍ୱତନ୍ତ୍ର ଡିଜିଙ୍କ ଦସ୍ତଖତ ଥିବା ଏହି ଦସ୍ତାବେଜ ନକଲି ବୋଲି ପୁଲିସ ମହାନିର୍ଦେଶକ ଆରପି ଶର୍ମା ନିଜ ଟ୍ୱିଟର ଆକାଉଣ୍ଟରେ ସୂଚନା ଦେଇଛନ୍ତି । ନିଜ ଟ୍ୱିଟର ଆକାଉଣ୍ଟରେ ସେ ଏ ବିଷୟରେ ଉଲ୍ଲେଖ କରିଛନ୍ତି ।  ବିଧାନସଭା ନିର୍ବାଚନ ସମ୍ବନ୍ଧରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କ ବିଧାନସଭା ଆସନ ବିଷୟରେ ଏଥିରେ ଉଲ୍ଲେଖ ରହିଛି । ଏହି ଦସ୍ତାବେଜଟି ନକଲି ଏବଂ ଏଥିପାଇଁ ଦାୟୀ ଥିବା ବ୍ୟକ୍ତି ବିଶେଷଙ୍କ ନାମରେ ତଦନ୍ତ କରାଯାଇ  କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁଲିସ ଡିଜି ସୂଚନା ଦେଇଛନ୍ତି ।

ଏହି ଦସ୍ତାବେଜକୁ ନେଇ ବିଜେପି ଯୁବମୋର୍ଚ୍ଚାର ଟଙ୍କଧର ତ୍ରୀପାଠି  ବିଜେପି କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ । ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଏହାକୁ ସେୟାର କରାଯାଇଥିଲା । ମାତ୍ର ଦେଖାଯାଉଥିବା ଗୁଇନ୍ଦା ରିପୋର୍ଟ ନକଲି ବୋଲି  ପୁଲିସ ମହାନିର୍ଦେଶକ ପ୍ରକାଶ କରିଛନ୍ତି । ଏ ନେଇ ଏକ ମାମଲା ରୁଜୁ ହୋଇଛି ।

Leave A Reply