ଭୁବନେଶ୍ୱର ବିମାନ ବନ୍ଦରକୁ ନିଶାସକ୍ତ ବ୍ୟକ୍ତି ଫୋନ କରିଥିବା ଅଭିଯୋଗ

0

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରକୁ ଏକ ଧମକ ପୂର୍ଣ୍ଣ ଫୋନ ଆସିଥିବା ଅଭିଯୋଗ ଆସିଛି। ପୂର୍ବାହ୍ନରେ ଏୟାରପୋର୍ଟର ଟର୍ମିନାଲକୁ କେହି ଜଣେ ଅଜଣା ବ୍ୟକ୍ତ ଫୋନ କରିଥିଲେ। ଫୋନରେ ବ୍ୟକ୍ତି ଜଣଙ୍କ ଅସଭ୍ୟ ଭାଷାରେ ଗାଳି କରୁଥିବାର ଏୟାରପୋର୍ଟ ପକ୍ଷରୁ ଅଭିଯୋଗ କରାଯାଇଛି। ବ୍ୟକ୍ତି ଜଣଙ୍କ ନିଶାସକ୍ତ ଅବସ୍ଥାରେ ଫୋନ କରି ତୁରନ୍ତ ଟିକେଟ ବୁକିଂ କରିବାକୁ କହିଥିଲେ। ଫୋନ ମାଧ୍ୟମରେ ନିଶା କାରବାର କଥା ମଧ୍ୟ କହିଥିଲେ।
ଏନେଇ ବିମାନ ବନ୍ଦର ତରଫରୁ ଏୟାରଫିଲ୍ଡ ଥାନାରେ ଅଭିଯୋଗ କରାଯାଇଛି ବୋଲି ନିର୍ଦ୍ଦେଶକ ସୁରେଶ ଚନ୍ଦ୍ର ହୋତା ସୂଚନା ଦେଇଛନ୍ତି। ଅଭିଯୁକ୍ତଙ୍କ ସମ୍ପର୍କରେ କୌଣସି ସ୍ପଷ୍ଟ ସୂଚନା ମିଳି ନାହିଁ।

Leave A Reply