ସୁନ୍ଦରଗଡ଼ ଜିଲ୍ଲାପାଳଙ୍କ ନାମରେ ନକଲି ଫେସବୁକ ଆକାଉଣ୍ଟ

ସୁନ୍ଦରଗଡ: ସୁନ୍ଦରଗଡ଼ ଜିଲ୍ଲାପାଳଙ୍କ ନିଖିଲ ପବନ କଲ୍ୟାଣଙ୍କ ନାମରେ ନକଲି ଫେସବୁକ ଆକାଉଣ୍ଟ ଖୋଲା ହୋଇଛି। କେବଳ ସେତିକି ନୁହେଁ ଏହି ଆକାଉଣ୍ଟ ମାଧ୍ୟରେ ଲୋକଙ୍କ ଦୁଃଖ ଦୁର୍ଦ୍ଦଶା ଦୂର କରିବା​ ପାଇଁ ଟଙ୍କା ଦାବି କରାଯାଉଥିବା ଅଭିଯୋଗ ହୋଇଛି। ଏହି ଘଟଣା ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ। ସେ କହିଛନ୍ତି ଯେ, ସେହି ଫେସବୁକ ଆକାଉଣ୍ଟ ତାଙ୍କର ନୁହେଁ। ଏବଂ ସେ କେବେ କାହାଠାରୁ ଟଙ୍କା ଦାବି କରି ନାହାନ୍ତି। ଏହା ସହ ଉକ୍ତ ଫେସବୁକ ଆକାଉଣ୍ଟକୁ ବ୍ଲକ କରିବା ଲାଗି ନିବେଦନ କରିଛନ୍ତି। ଏପରିକି କୌଣସି ଟଙ୍କା ନଦେବା ପାଇଁ ମଧ୍ୟ ସେ ଲୋକଙ୍କୁ ଅନୁରୋଧ କରିଛନ୍ତି ।

Comments are closed.