ବିବାଦରେ ଫେସବୁକ୍‌; ୫କୋଟି ୟଜର୍ସ ଡାଟା ଲିକ୍‌

0

ନୂଆଦିଲ୍ଲୀ: ସୁରକ୍ଷା ଦୃଷ୍ଟିକୋଣରୁ ପୁଣି ଥରେ ବିବାଦରେ ଫେସବୁକ୍‌। ଫେସବୁକ୍‌ ବ୍ୟବହାର କରୁଥିବା ୫କୋଟି ୟୁଜର୍ସଙ୍କ ଡାଟା ଚୋରି ହୋଇଯିବା ଅଭିଯୋଗରେ ଆରମ୍ଭ ହୋଇଛି ତଦନ୍ତ। ଏହାର ପ୍ରଭାବ ଫେସବୁକ୍‌ର ବଜାର ମୂଲ୍ୟ ଉପରେ ଦୃଶ୍ୟମାନ ହେଇଛି। ଫେସବୁକ୍‌ର ବଜାର ସେୟାର ମୂଲ୍ୟ ୪୦ବିଲିୟନ ଡଲାର ତଳକୁ ଖସି ଯାଇଥିବା ରେକର୍ଡ଼ କରାଯାଇଛି।ବିଶ୍ୱର ବଡ଼ବଡ଼ ଧନୀଙ୍କ ଅର୍ଥନୀତି ଓ କାରବାର ଉପରେ ନଜର ରଖୁଥିବା ସଂସ୍ଥାନ ଫେସବୁକ୍‌ ଲାଇଭ ଟେକରଠାରୁ ମିଳିଥିବା ତଥ୍ୟ ଅନୁଯାୟୀ ମାର୍କ ଜୁକରବର୍ଗଙ୍କ ମୂଳ ସମ୍ପତ୍ତିରେ ୫.୫ବିଲିୟନରୁ ୬.୫ ବିଲିୟନ ଡଲାର ତଳକୁ ଖସିଛି।
ଏଭଳି ଘଟଣାକୁ ନେଇ ସିନେଟ ଦ୍ୱାରା ଫେସବୁକ୍‌, ଟ୍ୱିଟର ଓ ଗୁଗୁଲର ସିଇଓଙ୍କୁ ମାମଲାର ଶୁଣାଣିରେ ହାଜର ହେବାକୁ ନୋଟିସ ଜାରି କରାଯାଇଛି। ପରିସ୍ଥିତିକୁ ଅନୁଧ୍ୟାନ କରି ‘ଡିଲିଟ୍‌ ଫେସବୁକ୍‌’ କ୍ୟାମ୍ପେନ ଆରମ୍ଭ ହୋଇଛି। ୫କୋଟି ୟଜର୍ସ ଡାଟାକୁ ଚୋରି କରି ଏହାକୁ ନିଜ ସ୍ୱାର୍ଥରେ ବ୍ୟବହାର କରିବା ଅଭିଯୋଗରେ ଫେସବୁ୍‌୍‌କ୍‌କୁ ଏଭଳି ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିଛି।
ମାର୍କ ଜୁକରବର୍ଗ ମଧ୍ୟ ଏଭଳି ତଥ୍ୟ ଚୋରି ଘଟଣାରେ ଆଭ୍ୟନ୍ତରୀଣ ତଦନ୍ତ ଆରମ୍ଭ କରିଛନ୍ତି।
କେମ୍ବ୍ରିଜ୍‌ ଏନାଲିଟିକା ନାମକ ଏକ କମ୍ପାନୀ ଏହି ଚୋରା ତଥ୍ୟକୁ ବ୍ୟବହାର କରିବା ପରେ ଘଟଣା ଲୋକଲୋଚନକୁ ଆସିଥିଲା। ଏହି କମ୍ପାନୀ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଚାର ଅଭିଯାନରେ ସହଯୋଗୀ ଭାବରେ କାର୍ଯ୍ୟ କରୁଥିଲା। ଏ ସମ୍ପର୍କରେ କମ୍ପାନୀକୁ ପ୍ରଶ୍ନ କରାଯିବା ପରେ ସେ ଏହି ତଥ୍ୟକୁ ଡିଲିଟ୍‌ କରିଦେଇଛି ବୋଲି ପ୍ରକାଶ କରିଛି।
ଅପରପକ୍ଷରେ ନିଜ ୟୁଜର୍ସଙ୍କ ତଥ୍ୟ ଲିକ୍‌ କରିବା ଅପରାଧରେ ଫେସବୁକ୍‌ ଉପରେ ତଦନ୍ତ ଆରମ୍ଭ ହୋଇଛି। ତେବେ ଏହି ତଥ୍ୟ କେଉଁ କାରଣରୁ ବ୍ୟବହାର କରାଯାଉ ଥିଲା ଓ କେବେଠାରୁ ଏ ସମ୍ପର୍କରେ କୌଣସି ତଥ୍ୟ ନା’ ଫେସବୁକ୍‌ ପାଖରେ ଅଛି, ନା’ କେମ୍ବ୍ରିଜ୍‌ ଏନାଲିଟିକା କହୁଛି।

Leave A Reply