ହାଫିଜ ସୟିଦଙ୍କୁ ଫେସ୍‍ବୁକ୍‍ର ଝଟକା

0

ଲାହୋର : ପାକିସ୍ତାନର ସାଧାରଣ ନିର୍ବାଚନ ପୂର୍ବରୁ ଆତଙ୍କବାଦୀ ହାଫିଜ ସୟିଦଙ୍କୁ ଫେସ୍‍ବୁକ୍‍ ଏକ ବଡ଼ ଝଟକା ଦେଇଛି। ଫେସ୍‍ବୁକ୍‍ ମିଲ୍ଲି ମୁସଲିମ୍‍ ଲିଗ୍‍ (ଏମ୍‍ଏମ୍‍ଏଲ୍‍)ର କେତେକ ଆକାଉଣ୍ଟ ଏବଂ ପେଜ୍‍କୁ ବନ୍ଦ କରିଦେଇଛି। ଏହାକୁ ୨୬/୧୧ ମୁମ୍ବଇ ଆତଙ୍କବାଦୀ ଆକ୍ରମଣର ମାଷ୍ଟର ମାଇଣ୍ଡ ହାଫିଜ୍‍ ସୟିଦଙ୍କ ନେତୃତ୍ୱାଧୀନ ଜମାତ-ଉଦ୍‍-ଦାବାର ରାଜନୈତିକ ସଂଗଠନକୁ ଏକ ବଡ଼ ଝଟକା ଭାବେ ଦେଖାଯାଉଛି। ପାକିସ୍ତାନ, ଭାରତ, ବ୍ରାଜିଲ ଏବଂ ଅନ୍ୟ ଦେଶରେ ହେଉଥିବା ନିର୍ବାଚନରେ ଯେପରି କୌଣସି ନକରାତ୍ମକ ପ୍ରଭାବ ନପଡେ ତାହା ସୁନିଶ୍ଚିତ କରିବା ଓ ହସ୍ତକ୍ଷେପ ରୋକିବାକୁ ଆମେ ପ୍ରାଥମିକତା ଦେଉଛି ବୋଲି ଫେସ୍‍ବୁକ୍‍ ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ମାର୍କ ଜୁକରବର୍ଗ କହିଛନ୍ତି। ଜୁଲାଇ ୨୫ରେ ପାକିସ୍ତାନ ନିର୍ବାଚନ ହେବାକୁ ଥିବାବେଳେ ଏହା ପୂର୍ବରୁ ନକଲି ଆକାଉଣ୍ଟକୁ ଚିହ୍ନଟ କରି ବନ୍ଦ କରିବା ପାଇଁ ଫେସ୍‍ବୁକ୍‍ ପାକିସ୍ତାନର ବିଭାଗୀୟ ଅଧିକାରୀଙ୍କୁ ସହଯୋଗ ମାଗିଥିଲା। ପାକିସ୍ତାନ ନିର୍ବାଚନ ଆୟୋଗ ଏମ୍‍ଏମ୍‍ଏଲ୍‍କୁ ଏକ ରାଜନୈତିକ ଦଳର ମାନ୍ୟତା ଦେଇନାହିଁ ବୋଲି ଜାଣିବା ପରେ ଫେସ୍‍ବୁକ୍‍ ଏହାର ସମସ୍ତ ଆକାଉଣ୍ଟ ଓ ଫେଜ୍‍କୁ ବନ୍ଦ କରିଦେଇଛି।

Leave A Reply