ଫେସ୍‍ବୁକ୍‍ରେ ଦିଅନ୍ତୁ ନାହିଁ ଏହି ୭ଟି ତଥ୍ୟ

0

ନୂଆ ଓ ପୁରୁଣା ସମ୍ପର୍କ ଯୋଡ଼ିବାରେ ସାମାଜିକ ଗଣମାଧ୍ୟମ ଭାବରେ ଫେସ୍‍ବୁକ୍‍ ଲୋକପ୍ରିୟ ହେବାରେ ଲାଗିଛି। ସମ୍ପ୍ରତି ଏହା ସୂଚନା ଓ ଖବର ପ୍ରସାରଣ, ମତାମତ ଉପସ୍ଥାପନ, ସାହିତ୍ୟ, ଫଟୋଚିତ୍ର ପ୍ରଦର୍ଶନର ଏକ ବିକଳ୍ପ ମାଧ୍ୟମର ମାନ୍ୟତା ଲାଭ କରିଛି। ମାତ୍ର କ୍ୟାମ୍ବ୍ରିଜ ଆନାଲିଟିକା ତଥ୍ୟ ଚୋରି ଘଟଣା ପରେ ଫେସ୍‍ବୁକ୍‍ ବିବାଦ ଘେରକୁ ଆସିଯାଇଛି। ଫେସ୍‍ବୁକ୍‍ ଉପରେ ସେଭଳି କୌଣସି କଟକଣା ଜାରି କରାଯାଇନାହିଁ କି ତାହାର ଲୋକପ୍ରିୟତା ହ୍ରାସ ପାଇନାହିଁ। ତେବେ ଭବିଷ୍ୟତରେ ବ୍ୟକ୍ତିଗତ ତଥ୍ୟ ଚୋରିରୁ ସୁରକ୍ଷିତ ରହିବା ପାଇଁ ନିମ୍ନଲିଖିତ ୭ ବିଷୟ ସଂକ୍ରାନ୍ତରେ ସତର୍କ ରହିବା ଜରୁରୀ।
୧-ଜନ୍ମ ତାରିଖ: ଜନ୍ମ ତାରିଖରୁ ନାମ, ଠିକଣା, ବ୍ୟାଙ୍କ ସବିଶେଷ ବିବରଣୀକୁ ହ୍ୟାକରମାନେ ସହଜରେ ହାସଲ କରିପାରିବେ।
୨- ଫୋନ୍‍ ନଂ: ଫୋନ୍‍ ନଂ ପ୍ରାୟ ସବୁ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ୍‍ ସହିତ ସଂଶ୍ଲିଷ୍ଟ ରହୁଥିବାରୁ ସହଜରେ ଜଣେ ବ୍ୟକ୍ତିର ତଥ୍ୟ ମିଳିପାରିବ।
୩- ବନ୍ଧୁ: ବନ୍ଧୁମାନଙ୍କ ତଥ୍ୟ ଓ ପସନ୍ଦ ନାପସନ୍ଦରୁ ଜଣେ ବ୍ୟକ୍ତିଙ୍କ ଅନେକ ବ୍ୟକ୍ତିଗତ ଓ ସାମାଜିକ ସ୍ଥିତି ସମ୍ବନ୍ଧୀୟ ତଥ୍ୟ ମିଳିପାରିବ।
୪- ଶିଶୁଙ୍କ ଫଟୋଚିତ୍ର: ନିଜ ସନ୍ତାନସନ୍ତତି କିମ୍ବା ଶିଶୁଙ୍କ ଫଟୋଚିତ୍ର ଲଗାଇବା ଦ୍ୱାରା ସେମାନଙ୍କ ପ୍ରତି ବିପଦ ସୃଷ୍ଟି ହୋଇପାରେ।
୫- ସ୍କୁଲ୍‍ ଠିକଣା: ଆପଣ ପୂର୍ବରୁ କେଉଁ ସ୍କୁଲ୍‍ ଓ କଲେଜ୍‍ରେ ପଢ଼ୁଥିଲେ କିମ୍ବା ଆପଣଙ୍କ ଶିଶୁ କିମ୍ବା ପରିବାର ସଦସ୍ୟ କେଉଁ ସ୍କୁଲ୍‍ରେ ପଢ଼ୁଛନ୍ତି ତାହା ଉଲ୍ଲେଖ କରନ୍ତୁ ନାହିଁ।
୬- ଅଫିସ୍‍ ଠିକଣା: ଅଫିସ୍‍ ଠିକଣା ଉଲ୍ଲେଖ ଥିଲେ ସେଥିରୁ ଦୁବୃର୍ତ୍ତମାନେ ଆପଣଙ୍କୁ ଯିବା ଆସିବା ସମୟରେ ରାସ୍ତାରେ କ୍ଷତି ପହଞ୍ଚାଇପାରନ୍ତି।
୭-ଅବସର ବିନୋଦନ: ଆପଣ ଛୁଟିରେ କେବେ ଓ କେଉଁସ୍ଥାନକୁ ଯାଉଛନ୍ତି ତାହା ଉଲ୍ଲେଖ କରିବା ଠିକ୍‍ ନୁହେଁ। କାରଣ ସେଠାରେ ଯଦି କିଛି ଅଘଟଣ ଘଟେ ତେବେ ବୀମା କମ୍ପାନୀ ମଧ୍ୟ କ୍ଷତିପୂରଣ ଦେବାକୁ ମନା କରି ଦିଅନ୍ତି।

Leave A Reply