ଏହି ଘରୋଇ ଉପଚାର ବିଷୟରେ ଜାଣିଛନ୍ତି କି ? ଯାହା ଦୂର କରେ ତ୍ୱଚାର ଦାଗ

ମୁହଁର ବିଭିନ୍ନ ଦାଗ, କଳା ଦାଗ (ବ୍ଲାକ୍‍ ହେଡ଼ସ୍‍ ),ବ୍ରଣ ଆଦି ସଭିଁଙ୍କ ପାଇଁ ଏକ ମୁଖ୍ୟ ସମସ୍ୟା। ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ବହୁ ପ୍ରକାର କ୍ରିମ ବ୍ୟବହାର କରୁ। ପାର୍ଲର ମଧ୍ୟ ଯାଉ। କିନ୍ତୁ ସାଧାରଣ ଘରୋଇ ଉପାୟ ଦ୍ୱାରା ଆମେ ଏହି ସମସ୍ୟାରୁ ମୁକ୍ତି ପାଇପାରିବା। ଜାଣନ୍ତୁ ସେଭଳି ସହଜ ଘରୋଇ ଉପାୟ ବିଷୟରେ ….
ପାନ –
ମୁହଁର ଏହି ସମସ୍ତ ସମସ୍ୟାକୁ ପାନ ଦୂର କରିଥାଏ।
ଜାଣନ୍ତୁ ମୁହଁ ପାଇଁ ପାନ ବ୍ୟବହାର କିପରି କରିବେ; ୩ ରୁ ୪ଟି ପାନ ପତ୍ରକୁ ଭଲ ଭାବେ ଧୋଇ ରଖନ୍ତୁ। ଏହି ପତ୍ରରେ କିଛି ହଳଦୀ ଗୁଣ୍ଡ ମିଶାଇ ଏହାକୁ ପେଷି ପେଷ୍ଟ ପ୍ରସ୍ତୁତ କରି ଦିଅନ୍ତୁ। ଏହାକୁ ମୁହଁରେ ଲଗାଇ କିଛି ୨୦ ରୁ ୨୫ ମିନିଟ ରଖି ଧୋଇ ଦିଅନ୍ତୁ। ଏହି ପେଷ୍ଟକୁ ନିୟମିତ ୨ରୁ ୩ ସପ୍ତାହ ଲଗାଇଲେ ମୁହଁରୁ ବ୍ରଣ ଓ ବିଭିନ୍ନ ଦାଗ ସଂପୂର୍ଣ୍ଣ ଦୂର ହୋଇଯିବ।
ବହୁ ସମୟରେ ନାକରେ କଳା ଦାଗ ହୋଇଯାଏ। ଏଥିରୁ ମୁକ୍ତି ପାଇବାର ସହଜ ଉପାୟ ହେଉଛି ଦାନ୍ତ ଘଷିବା ପେଷ୍ଟକୁ ଅଳ୍ପ ପରିମାଣରେ ନାକରେ ଦାଗଥିବା ସ୍ଥାନରେ ରାତିରେ ଲଗାନ୍ତୁ ଓ ସକାଳେ ଧୋଇ ଦିଅନ୍ତୁ । ଏହା ଖୁବ ଲାଭଦାୟକ।
ମୁହଁ ରଙ୍ଗ ଗୋରା ଓ ଉଜ୍ଜଳ କରିବା ପାଇଁ କିଛି ପେଷ୍ଟରେ ଅଳ୍ପ ଲେମ୍ବୁରସ ମିଶାନ୍ତୁ । ଏହାକୁ ମୁହଁରେ ଲଗାଇ କିଛି ସମୟ ରଖିବା ପରେ ଧୋଇ ଦିଅନ୍ତୁ। ଏହା ଦ୍ୱାରା ମୁହଁର ରଙ୍ଗ ଗୋରା ହେବା ସହ ସମସ୍ତ ଦାଗ ମଧ୍ୟ ଦୂର ହୋଇଥାଏ ।

Comments are closed.