www.samajalive.in
Monday, December 8, 2025
27.1 C
Bhubaneswar

ସୁନ୍ଦର ତ୍ୱଚା ପାଇଁ ବ୍ୟବହାର କରନ୍ତୁ ଆମ୍ବ ଫେସ ପ୍ୟାକ୍‍

କର୍ମବ୍ୟସ୍ତତା କାରଣରୁ ନିଜ ତ୍ୱଚାର ଯତ୍ନ ନେବା ପାଇଁ କଷ୍ଟସାଧ୍ୟ ହୋଇପଡ଼େ। ମାତ୍ର ସର୍ବଦା ସୁନ୍ଦର ଓ କୋମଳ ତ୍ୱଚା ପାଇଁ ଆମର ଇଚ୍ଛା ଥାଏ। ଏହି କାରଣରୁ ବିଭିନ୍ନ ପ୍ରକାରର କ୍ରିମ, ଫେସ ପ୍ୟାକ ଆଦିର ସଭିଏଁ ବ୍ୟବହାର କରିଥାଆନ୍ତି। ଏପରି କିଛି ଫଳ ରହିଛି ଯାହା ସ୍ୱାସ୍ଥ୍ୟ ପାଇଁ ହିତକାରକ ହେବା ସହ ତ୍ୱଚା ପାଇଁ ମଧ୍ୟ ଖୁବ ଲାଭଦାୟକ ଅଟେ। ସେଭଳି କେତେକ ଫଳ ମଧ୍ୟରୁ ଗୋଟିଏ ହେଉଛି ଆମ୍ବ। ଜାଣନ୍ତୁ ତ୍ୱଚା ପାଇଁ କିଭଳି ବ୍ୟବହାର କରିବେ ଆମ୍ବ….
ଦଲିଆ ଓ ଆମ୍ବ –
କ୍ଷୀରରେ ଆମ୍ବ ରସ ଓ କିଛି ଦଲିଆ , ବାଦାମକୁ ମିଶାନ୍ତୁ । ଏହି ମିଶ୍ରଣକୁ ମୁହଁରେ ଲଗାଇ କିଛି ସମୟ ରଖି ଧୋଇ ଦିଅନ୍ତୁ। ଏହାକୁ ସପ୍ତାହକୁ ଥରେ ଲଗାଇବା ଦ୍ୱାରା ଡ଼େଡ଼ ସ୍କିନ୍‍ ସମସ୍ୟା ଦୂର ହୋଇଥାଏ। ମୁହଁ କୋମଳ ହୋଇଥାଏ।
ଆମ୍ବ ଓ ମହୁ –
ଆମ୍ବ ରସ ଓ ମହୁକୁ ମିଶାଇ ଏହି ମିଶ୍ରଣକୁ ମୁହଁରେ ଲଗାନ୍ତୁ। ଏହାକୁ ୨୦ ମିନିଟ ପରେ ଧୋଇ ଦିଅନ୍ତୁ। ଏହାକୁ ସପ୍ତାହକୁ ଥରେ ଲଗାଇଲେ ମୁହଁ ଗୋରା ଓ ଚିକ୍କଣ ହୋଇଥାଏ।
ବେସନ ଓ ଆମ୍ବ –
ବେସନ, ମହୁ ଓ ଆମ୍ବ ରସକୁ ମୁହଁରେ ଲଗାଇ ୧୫ ମିନିଟ ରଖନ୍ତୁ। ଏହାପରେ ମୁହଁ ଧୋଇ ଦିଅନ୍ତୁ। ଏପରି କରିବା ଦ୍ୱାରା ମୁହଁ ଖୁବ ଉଜ୍ୱଳ ଓ ମୁହଁର ଦାଗ ଦୂର ହୋଇଥାଏ।

Hot this week

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

ନାବାଳିକା ଆତ୍ମହୁତି ଘଟଣାରେ ସରକାରଙ୍କୁ ନବୀନଙ୍କ ନିଶାଣ

ସମାଜ ଲାଇଭ ଡେସ୍କ : ରାଜଗାଙ୍ଗପୁର ନାବାଳିକା ଆତ୍ମହୁତି ଘଟଣାରେ ଦୁଖ...

ଓଡ଼ିଶାରେ ଡାକ୍ତର ମରୁଡି ବଢାଇଲା ଚିନ୍ତା

ଭୁବନେଶ୍ୱର: ଓଡ଼ିଶାରେ ଡାକ୍ତର ମରୁଡି ପଡିଛି । ଠିକାରେ ଚାଲିଛି ଡାକ୍ତରୀ...

ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ରାଉରକେଲା: ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସୁନ୍ଦରଗଡ...

ବିଗ୍ ବସ୍ ୧୯ର ବିଜେତା ହେଲେ ଗୌରବ ଖାନ୍ନା

ସମାଜ ଡିଜିଟାଲ ଡେସ୍କ: ଗୌରବ ଖାନ୍ନା ରିଆଲିଟି ଶୋ ବିଗ୍ ବସ୍...

Related Articles

Popular Categories