ଖରାଦିନିଆ ​‌ଫେସ୍ ପ୍ୟାକ୍

0

ଗ୍ରୀଷ୍ମରେ ତ୍ବଚାକୁ ଶୀତଳତା ଦେଉଥିବା ପ୍ୟାକର ପ୍ରୟୋଗ କରିବା ଜରୁରୀ।
ଘରୋଇ ପ୍ୟାକ୍ ପ୍ରସ୍ତୁତ କରିବା ପୂର୍ବରୁ ନିୟମିତ ଭାବେ ବେସନ ଓ ଚିମୁଟାଏ ହଳଦୀ ସହ ଅନ୍ୟାନ୍ୟ ସାମଗ୍ରୀ ମିଶାଇ ପ୍ୟାକ୍ ପ୍ରୟୋଗ କରିବା ଉଚିତ।

ସପ୍ତାହର ୭ଦିନ ଭିନ୍ନଭିନ୍ନ ପ୍ୟାକ୍ ଲଗାଇଲେ ତ୍ବଚାରେ ବିଶେଷ ଚମକ ଆସିଥାଏ।

କାକୁଡ଼ି ରସ ୨ଚାମଚରେ ବେସନ ମିଶାଇ ପୂରା ଶରୀରରେ ଲଗାଇବା ଖରାଦିନିଆ ସର୍ବୋତ୍ତମ ପ୍ୟାକ୍।

ନଡ଼ିଆ ପାଣିରେ ବେସନ ଓ ହଳଦୀ ମିଶାଇ ମଧ୍ୟ ପ୍ୟାକ୍ ଭଳି ବ୍ୟବହାର କରିହେବ।

ଦହିରେ ବେସନ ମିଶାଇ ତ୍ବଚାରେ ଲଗାଇଲେ ମଧ୍ୟ ତାହାର ଉତ୍ତମ ପ୍ରଭାବ ପଡ଼େ।

ଖରାରୁ ଆସିବା ପରେ ନିୟମିତ ଗାଜର ରସ ଓ କାକୁଡ଼ି ରସ ସମପରିମାଣରେ ତ୍ବଚାରେ ଲଗାଇଲେ ସନ୍-ଟ୍ୟାନ୍ ଦୂର ହୁଏ।

ଏହା ସହ ଦୈନିକ ବରଫଖଣ୍ଡକୁ ତ୍ବଚାରେ ମାଲିସ୍ କଲେ ଭଲଭାବେ ରକ୍ତ ସଞ୍ଚାଳନ ହେବା ସହ ଝାଳ କମ୍ ବାହାରିଥାଏ।

Leave A Reply