ତ୍ୱଚା ପାଇଁ ବେସନର ଏଭଳି ବ୍ୟବହାର ଜାଣିଛନ୍ତି କି ?

ମୁହଁ ପାଇଁ ବେସନ ଖୁବ ଉପକାରୀ। ବେସନରେ ଭିଟାମିନ ଏ, ମିନେରାଲସ ରହିଛି ଯାହା ଆଖି ତଳେ ଥିବା କଳା ଦାଗ ସହ ମୁହଁର ବିଭିନ୍ନ ଦାଗକୁ ମଧ୍ୟ ଦୂର କରିଥାଏ। ମୁହଁକୁ ଉଜ୍ୱଳ ଓ ସୁନ୍ଦର କରିଥାଏ। ବିଭିନ୍ନ ଦାଗ, ବ୍ରଣ, ଆଖିତଳ କଳା ପଡ଼ିବା ଏହା ମୁହଁର ପ୍ରଧାନ ସମସ୍ୟା ଅଟେ। ଏହି ସବୁ କାରଣରୁ ମୁହଁର ସୌନ୍ଦର୍ଯ୍ୟ ନଷ୍ଟ ହୋଇଯାଏ। ସହଜ ଘରୋଇ ଉପାୟ ଦ୍ୱାରା ଆମେ ଏହି ସମସ୍ୟାରୁ ମୁକ୍ତି ପାଇବା ସହ ମୁହଁ ସୁନ୍ଦର ମଧ୍ୟ କରି ପାରିବା। ଜାଣନ୍ତୁ ଏହା ବିଷୟରେ….
ଟମାଟୋ ରସ ଓ ବେସନ –
ଟମାଟୋ ରସ ଓ ବେସନ ଯାହା ମୁହଁକୁ ଉଜ୍ୱଳ ଓ ସୁନ୍ଦର କରେ। ଟମାଟୋ ରସ ସହ ବେସନ ମିଶାଇ ଲଗାଇବା ଦ୍ୱାରା ଆଖିତଳେ ଥିବା କଳା ଦାଗ ଦୂର ହୋଇଥାଏ। ୨୦ ରୁ ୨୫ ମିନିଟ ଏହାକୁ ଲଗାଇ ପାଣିରେ ଧୋଇଦେବେ।
ବେସନ , କ୍ଷୀର ଓ ଦହି –
ବେସନରେ କ୍ଷୀର, ଦହି , ଅଳ୍ପ ହଳଦୀ ମିଶାଇ ଏହାକୁ ମୁହଁରେ ଲଗାନ୍ତୁ। ୨୦ ରୁ ୨୫ ମିନିଟ ମୁହଁରେ ଲଗାଇବା ପରେ ଧୋଇ ଦିଅନ୍ତୁ। ଏହା ମୁହଁର ଦାଗକୁ ଦୂର କରିବା ସହ ମୁହଁର ରଙ୍ଗ ଗୋରା କରିଥାଏ।

Comments are closed.