ମୁହଁର ଉପଯୁକ୍ତ ଯତ୍ନ ପାଇଁ କରନ୍ତୁ ପୁଦିନା ପତ୍ରର ବ୍ୟବହାର

0

ମୁହଁର ଯତ୍ନ ନେବା ନିତ୍ୟାନ୍ତ ଆବଶ୍ୟକ ଅଟେ। କାରଣ ଏହା ଆମ ଆକର୍ଷଣ ବଢାଇଥାଏ। ମାତ୍ର ଆଜି କାଲି ସଭିଁଙ୍କ ପାଖରେ ସମୟର ଅଭାବ ହେତୁ ସେମାନେ ନିଜ ମୁହଁର ଠିକ ଭାବେ ଯତ୍ନ ନେଇପାରିନଥାଆନ୍ତି। ଦାଗ, ବ୍ରଣ ସଭିଁଙ୍କ ପାଇଁ ବିରାଟ ସମସ୍ୟା ପାଲଟିଛି। ନିଜ ପାଇଁ ଅଳ୍ପ ସମୟ ଦେଲେ ଆପଣ ସାଧାରଣ ଘରୋଇ ଉପାୟରେ ଏହି ସମସ୍ୟାରୁ ମୁକ୍ତି ପାଇପାରିବା। ଜାଣନ୍ତୁ ତାହା କ’ଣ….
କଳା ଦାଗ ଦୂର କରେ – ପୁଦିନା ପତ୍ରରେ ଭିଟାମିନ ସି ଓ ଆଇରନ ରହିଛି। ଏହାକୁ ଲଗାଇବା ଦ୍ୱାରା ମୁହଁର କଳାଦାଗ ଦୂର କରିବା ସହ ମୁହଁ ପାଇଁ କ୍ଷତିକାରକ ହୋଇନଥାଏ।
ପୁଦିନା ପତ୍ରରେ ଆଣ୍ଟି ଫଙ୍ଗଲ ଓ ଆଣ୍ଟି ବ୍ୟାକ୍ଟେରିଅଲ ଗୁଣ ରହିଛି। ତେଣୁ ଏହାକୁ ଲଗାଇବା ଦ୍ୱାରା ମୁହଁରୁ ସମସ୍ତ କ୍ଷତିକାରକ ପଦାର୍ଥ ବାହାର କରିଦେଇଥାଏ। ଫଳରେ ମୁହଁର ସୁନ୍ଦରତା ବଜାୟ ରହିଥାଏ।
ପୁଦିନା ପତ୍ରରେ ଆଣ୍ଟିସେଫଟିକ ଗୁଣ ରହିଛି। ଯାହା ଫଳରେ ଏହା ମୁହଁର ମୃତକୋଷିକା ଗୁଡ଼ିକୁ ଦୂର କରିଥାଏ। ଫଳରେ ମୁହଁର ଚମକ ବୃଦ୍ଧି ପାଇଥାଏ। ମୁହଁରେ କୌଣସି ପ୍ରକାରର ଦାଗ ହୋଇଥିଲେ କିମ୍ବା କୁଣ୍ଡାଇ ହେଲେ ପୁଦିନା ପତ୍ର ଏହି ସମସ୍ୟା ଦୂର କରିଥାଏ।

Leave A Reply