ମୁହଁର ସୌନ୍ଦର୍ଯ୍ୟ ବୃଦ୍ଧି କରିବାକୁ ଚାହୁଁଛନ୍ତି କି ? ଆପଣାନ୍ତୁ ଏହି ଉପାୟ

0

ମୁହଁକୁ ସୁନ୍ଦର କରିବା ପାଇଁ ଆମର ଖାଇବା ପିଇବା ଉତ୍ତମ ଓ ପୃଷ୍ଟିକର ହେବା ଅତ୍ୟନ୍ତ ଆବଶ୍ୟକ। ଫଳ ଓ ପନିପରିବାରେ ପର୍ଯ୍ୟପ୍ତ ପରିମାଣରେ ଆଣ୍ଟିଅକ୍ସିଡ଼ାଣ୍ଟ ରହିଥାଏ। ତେଣୁ ଏହାକୁ ଖାଇବା ଦ୍ୱାରା ମୁହଁ ସୁନ୍ଦର ଓ ଉଜ୍ୱଳ ହୋଇଥାଏ। ଫଳ ଓ ପନିପରିବାର ଜୁସ ମଧ୍ୟ ମୁହଁର ସୌନ୍ଦର୍ଯ୍ୟ ବଢାଇଥାଏ। ଜାଣନ୍ତୁ , ଶୀତ ଦିନରେ କେଉଁ ଫଳ ଓ ପନିପରିବାର ଜୁସ ପିଇବା ଦ୍ୱାରା ମୁହଁର ସୁନ୍ଦରତା ବଢିଥାଏ ….

ଗାଜର ଓ ବିଟ ଜୁସ –
ଗାଜରରେ ଅଧିକ ପରିମାଣରେ ଭିଟାମିନ ଏ ଓ ବିଟରେ ପ୍ରଚୁର ପରିମାଣରେ ପୋଷକ ତତ୍ତ୍ୱ ଏବଂ ଆଣ୍ଟିଅକ୍ସିଡ଼ାଣ୍ଟ ରହିଛି। ଗାଜର ଓ ବିଟ ଜୁସରେ ଜିଙ୍କ, ଆଇରନ, ଭିଟାମିସ ସି , ମାଗ୍ନେସିୟମ ଆଦି ମୁହଁର ସୁନ୍ଦରତାକୁ ଖୁବ ବଢାଇଥାଏ।

ଟମାଟୋର ଜୁସ
ଟମାଟୋର ଜୁସ ରକ୍ତକୁ ସ୍ୱଚ୍ଛ ରଖେ ଏବଂ ମୁହଁକୁ ଆବଶ୍ୟକ ପରିମାଣରେ ପୋଷକ ମିଳିଥାଏ।

ପାଳଙ୍ଗପତ୍ରର ଜୁସ –
ଏଥିରେ ଭିଟାମିନ ସି, ଆଣ୍ଟିଅକ୍ସିଡ଼ାଣ୍ଟ ଅଧିକ ପରିମାଣରେ ଥାଏ। ଏହା ମୁହଁ ପ୍ରାକୃତିକ ରୂପରେ ସୁନ୍ଦର କରେ।


କାକୁଡ଼ିର ଜୁସ –
କାକୁଡ଼ିରେ ୯୦ ଭାଗ ପାଣି ଥାଏ। ଏହାର ଜୁସକୁ ପିଇବା ଦ୍ୱାରା ମୁହଁର ଉଜ୍ୱଳତା ବଢିଥାଏ।

ସେଓ ଜୁସ –
ଏଥିରେ ଅଧିକ ପରିମାଣରେ ଆଣ୍ଟିଅକ୍ସିଡ଼ାଣ୍ଟ ଥାଏ। ଏହାର ଜୁସକୁ ପିଇବା ଦ୍ୱାରା ମୁହଁର ରଙ୍ଗ ଗୋରା ହେବା ବହୁ ରୋଗ ଶରୀରରୁ ଦୂର ହୋଇଥାଏ।

Leave A Reply