ମୁହଁର ଦାଗ ଦେଇଥାଏ ରୋଗର ସଙ୍କେତ

0

ବ୍ୟକ୍ତିଙ୍କ ମୁହଁରୁ ତାଙ୍କ ବ୍ୟକ୍ତିତ୍ବ ବିଷୟରେ ଜଣାପଡିଥାଏ। ଏହାସହ ମୁହଁରୁ ସ୍ବାସ୍ଥ୍ୟ ବିଷୟରେ ମଧ୍ୟ ଜାଣି ହୋଇଥାଏ। ମୁହଁ ଦେଖି ଜାଣି ହୋଇଥାଏ ଯେ, ବ୍ୟକ୍ତି ସୁସ୍ଥ କି ଅସୁସ୍ଥ। ବ୍ୟକ୍ତିଙ୍କ ମୁହଁ ରୋଗର ସଙ୍କେତ ଦେଇଥାଏ। ଆସନ୍ତୁ ଜାଣିବା ଏହି ବିଷୟରେ ..

ଶୁଖିଲା ଓଠ : ଶୁଖିଲା ଓଠ ଓ ଚର୍ମ ଶରୀରରେ ଜଳୀୟ ଅଂଶ କମ୍ ହୋଇଯିବାର ସଙ୍କେତ ଦେଇଥାଏ। ଯଦି ଆପଣଙ୍କ ଓଠ ସବୁ ଋତୁରେ ଶୁଖୁଥାଏ ତେବେ ଆପଣଙ୍କୁ ମଧୁମେହ ରୋଗ ହେବାର ସଙ୍କେତ ଦେଇଥାଏ।

ମୁହଁରେ ଚୁଟି ଉଠିବା : କିଛି ମହିଳାଙ୍କର ମୁହଁ ଓ ଓଠର ଉପର ଭାଗରେ ଚୁଟି ଉଠିବାର ଦେଖାଯାଇଥାଏ। ଶରୀରରେ ହର୍ମୋନର ସନ୍ତୁଳନ ବିଗିଡି ଯିବା ଦ୍ବାରା ଏପରି ସମସ୍ୟା ଦେଖା ଦେଇଥାଏ।

ମୁହଁ ହଳଦିଆ ହେବା : ଯଦି ଆପଣଙ୍କ ମୁହଁର ରଙ୍ଗ ହଠାତ ବଦଳି ହଳଦିଆ ହେବାର ଦେଖାଯାଏ ତେବେ ଆପଣଙ୍କ ଶରୀରରେ ରକ୍ତର ଅଭାବ ରହିଛି।

ଶରୀରରେ ଲାଲ ରଙ୍ଗର ଦାଗ : ଯଦି ଆପଣଙ୍କ ଶରୀରରେ ଲାଲ ରଙ୍ଗର ଦାଗ ହୋଇଥାଏ ତେବେ ଆପଣଙ୍କର ପେଟ ସମ୍ବନ୍ଧୀୟ ରୋଗ ରହିଛି।

Leave A Reply