ଆଖିର ରଙ୍ଗରୁ ଜାଣନ୍ତୁ ବ୍ୟକ୍ତିର ସ୍ବଭାବ ବିଷୟରେ..

0

୧.କଳା ଆଖି: ଏହି ଆଖି ଥିବା ବ୍ୟକ୍ତମାନେ ରହସ୍ୟମୟ ହେବା ସହ ପୂର୍ବାଭାଷୀ ଅଟନ୍ତି । ସେମାନେ ଭରସାଯୋଗ୍ୟ ​‌ହୋଇଥାନ୍ତି । କୌଣସି କଥା ଗୋପନୀୟ ରଖିବାରେ ଏମାନେ ମାହିର ଅଟନ୍ତି । ଏମାନେ ଦାୟିତ୍ଵବାନ ହେବା ସହ ବିଶ୍ବସ୍ଥ ମଧ୍ୟ ହୋଇଥାଆନ୍ତି । ଏମାନେ କର୍ମଠ ଓ ଆଶାବାଦୀ ମଧ୍ୟ ହୋଇଥାଆନ୍ତି । ଏମାନଙ୍କ ଜୀବନ ଧନ-ଧାନ୍ୟ ଓ ଐଶ୍ବର୍ଯ୍ୟରେ ପରିପୂର୍ଣ୍ଣ ରହିଥାଏ ।

୨. ବାଦାମୀ ଆଖି: ଏପରି ଅଖି ଥିବା ବ୍ୟକ୍ତି ଆକର୍ଷଣୀୟ ହୋଇଥାଆନ୍ତି । ସୋମନେ ଆତ୍ମବିଶ୍ବାସୀ ହେବା ସହ ରଚନାତ୍ମକ ହୋଇଥାଆନ୍ତି । ଏମାନେ ଦୃଢନିଶ୍ଚିନ୍ତ ହୋଇଥାଆନ୍ତି କିନ୍ତୁ ବେଳେବେଳେ ଅନ୍ୟ ସମ୍ମୁଖରେ ନିଜ ମତ ରଖିବା ସମୟରେ କୁଣ୍ଠାବୋଧ କରିଥାନ୍ତି ।

୩. ଧୁଂଧୁଲା (ପାଉଁଶିଆ)ଆଖି: ଏମାନେ ସାଧରଣତଃ ମୌଜ-ମଜଲିସ୍, ରୋମାଞ୍ଜକ ଓ ସାହସୀ ସ୍ବଭାବର ହୋଇଥାଆନ୍ତି । ଏମାନେ ସମୟ ସହ ତାଳ ଦେଇ ଚାଲିବା ସହିତ ପରିସ୍ଥିତି ସହ ଖାପ-ଖୁଆଇ ଚଳିବା ଶିକ୍ଷିଥାଆନ୍ତି । ଏହି ଗୁଣ ଯୋଗୁଁ ଅନ୍ୟମାନେ ତାଙ୍କ ପ୍ରତି ଆକର୍ଷିତ ହୋଇଥାଆନ୍ତି ।

୪. ଗ୍ରେ ରଙ୍ଗ ଆଖି: ଏହି ଆଖି ଥିବା ବ୍ୟକ୍ତିମାନେ ପ୍ରଭାବଶାଳୀ, ଶକ୍ତ ଓ ବିନମ୍ର ହୋଇଥାଆନ୍ତି । ଏମାନେ ପ୍ରେମ ଓ ରୋମାନ୍ସ ପ୍ରତି ଗମ୍ଭରୀ ହୋଇଥାଆନ୍ତି । ବିଶ୍ଳେଷଣାତ୍ମକ ଚିନ୍ତାଧାରା ଓ ତର୍କ କରିବାର କ୍ଷମତା ଯୋଗୁଁ ଯେକୌଣସି ପରିସ୍ଥିତିରେ ନେତୃତ୍ଵ ନେବାରେ ସକ୍ଷମ ଅଟନ୍ତି ।

୫. ସବୁଜ ଅଖି: ଏମାନେ ବୁଦ୍ଧିମାନ, ଉତ୍ସାହିତ ଓ ସକ୍ରିୟ ସ୍ବଭାବର ହୋଇଥାଆନ୍ତି । ପ୍ରତି କାମକୁ ଉତ୍ସାହର ସହିତ କରିଥାନ୍ତି ଏବଂ ଏମାନେ ଦେଖିବାକୁ ଖୁବ୍ ସୁନ୍ଦର ବି ହୋଇଥାଆନ୍ତି ।

୬. ନୀଳ ଆଖି: ଏମାନେ ବହୁତ ଆକର୍ଷିତ, ଶାନ୍ତ ଏବଂ ଚାଲାକ ହୋଇଥାଆନ୍ତି । ଏମାନେ ସର୍ମ୍ପକ ଉପରେ ଦୃଢ ବିଶ୍ବାସ ରଖିଥାଆନ୍ତି । ଅନ୍ୟକୁ ଖୁସି ଦେବାକୁ ସର୍ବଦା ଚେଷ୍ଟା କରନ୍ତି । ଦୟାଳୁ ଓ ଗମ୍ଭୀର ମଧ୍ୟ ହୋଇଥାଆନ୍ତି । ଏମାନେ ସବୁ ଦିଗ ପ୍ରତି ଧ୍ୟାନ ଦେଉଥିବା ବହୁମୁଖୀ ସ୍ବଭାବର ଅଟନ୍ତି ।

Leave A Reply