ଚୀନରେ ଆମେରିକା ଦୂତାବାସ ନିକଟରେ ବିସ୍ଫୋରଣ

0

ବେଜିଂ: ବେଜିଂ ସ୍ଥିତ ଆମେରିକା ଦୂତାବାସ ନିକଟରେ ଆଜି ବିସ୍ଫୋରଣ ହୋଇଛି। ଏଥିରେ କେହି ମୃତାହତ କିମ୍ବା କୌଣସି ବିଶେଷ ଧରଣର କ୍ଷୟକ୍ଷତି ଘଟି ନଥିଲେ ମଧ୍ୟ ସେଠାରେ ହାଇଆଲର୍ଟ ଜାରି କରାଯାଇଛି। ଏହି ଘଟଣାରେ ଚୀନର ମଙ୍ଗୋଲିଆ ଅଞ୍ଚଳର ଜଣେ ୨୬ ବର୍ଷୀୟ ଯୁବକକୁ ଅଟକ ରଖାଯାଇଛି। ତା’ ହାତରେ ସାମାନ୍ୟ ଆଘାତ ଲାଗିଛି।
ଅନ୍ୟ ଏକ ସୂତ୍ରର ଖବର ଅନୁଯାୟୀ ଗ୍ୟାସୋଲିନ ଢାଳି ହୋଇଥିବା ଜଣେ ମହିଳାଙ୍କୁ ଚୀନ୍‍ ପୁଲିସ ଅଟକ ରଖିଛି। ଦୂତାବାସ ଆଗରେ ସେ ଆତ୍ମାହୁତି ଦେବାକୁ ଯାଉଥିବା ପୁଲିସ ସନ୍ଦେହ କରୁଛି।
ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ଅନୁଯାୟୀ, ଦୂତାବାସ ନିକଟରେ ବିସ୍ଫୋରଣର ଶବ୍ଦ ଶୁଣାଯାଇଥିଲା। ତା’ ପରେ ସେଠାରେ ଲୋକମାନେ ଦୌଡ଼ାଦୌଡ଼ି କରୁଥିବା ଦେଖାଯାଇଥିଲା। କିିଛି ସମୟ ପାଇଁ ଅଞ୍ଚଳ ଧୂଅାଁରେ ଭର୍ତ୍ତି ହୋଇଯାଇଥିଲା। ବିସ୍ପୋରଣ ସମୟରେ ସେଠାରେ ଥିବା ପ୍ରାୟ ୮ଟି ଜିପକୁ ଚୀନ୍‍ ପୁଲିସ ତନ୍ନ ତନ୍ନ କରି ଯାଞ୍ଚ କରୁଛି। ଆମେରିକା ଦୂତାବାସ ନିକଟରେ ଭାରତ ଓ ଦକ୍ଷିଣ କୋରିଆର ରାଷ୍ଟ୍ରଦୂତ କାର୍ଯ୍ୟାଳୟ ରହିଛି। କିନ୍ତୁ ସେଠାରେ ବାତାବରଣ ଶାନ୍ତିପୂର୍ଣ୍ଣ ରହିଥିବା ଓ ସ୍ୱାଭାବିକ ଭାବେ କର୍ମଚାରୀମାନେ କାର୍ଯ୍ୟ କରୁଥିବା ଭାରତୀୟ ରାଷ୍ଟ୍ରଦୂତ କାର୍ଯ୍ୟାଳରୟ ପକ୍ଷରୁ କୁହାଯାଇଛିି। ଆମେରିକାର ଦୂତାବାସ ପକ୍ଷରୁ କୌଣସି ପ୍ରତ୍ରିକ୍ରିୟା ମିଳିପାରି ନାହିଁ।

Leave A Reply