ବସ୍‍ ଉଡ଼ାଇଲେ ନକ୍ସଲ୍‍, ଯବାନ୍‍ଙ୍କ ସମେତ ୫ ମୃତ

0

ଦାନ୍ତେୱାଡ଼ା: ଛତିଶଗଡ଼ର ଦାନ୍ତେୱାଡ଼ା ଜିଲାରେ ନକ୍ସଲ୍‍ମାନେ ବିସ୍ଫୋରଣରେ ଏକ ବସ୍‍ ଉଡ଼ାଇ ଦେଇଛନ୍ତି। ଏଥିରେ ଜଣେ ଯବାନ୍‍ଙ୍କ ସମେତ ୪ ଜଣ ନାଗରିକଙ୍କ ମୃତ୍ୟୁ ଘଟିଛି। ଛତିଶଗଡ଼ରେ ବିଧାନସଭା ନିର୍ବଚାନର ଚାରି ଦିନ ପୂର୍ବରୁ ନକ୍ସଲମାନେ ଏହି କାଣ୍ଡ ଭିଆଇଛନ୍ତି।
ପୁଲିସ ସୂଚନା ଅନୁଯାୟୀ, ଦାନ୍ତେୱାଡ଼ା ଜିଲ୍ଲାର ବଚେଲିଠାରେ ବସ୍‍ଟି ବିସ୍ଫୋରଣରେ ଜଳି ଯାଇଥିଲା। ସେତେବେଳେ ବସ୍‍ଭିତରେ ଥିବା ୫ ଜଣଙ୍କ ମୃତ୍ୟୁ ଘଟିଥିଲା। ମୃତକଙ୍କ ମଧ୍ୟରେ କେନ୍ଦ୍ର ଶିଳ୍ପ ସୁରକ୍ଷା ବାହିନୀ(ସିଆଇଏସ୍‍ଏଫ୍‍)ର ଜଣେ ଯବାନ, ବସ୍‍ର ଡ୍ରାଇଭର, କଣ୍ଟକ୍ଟର, ହେଲପର ଓ ଜଣେ ଯାତ୍ରୀ ଅଛନ୍ତି। ଯେଉଁଠାରେ ନକ୍ସଲମାନେ ଏହି କାଣ୍ଡ ଭିଆଇଛନ୍ତି ସେଠାରୁ ମାତ୍ର ୧୦୦ କିମି ଦୂର ଜଗଦଲପୁରରେ ଆସନ୍ତା କାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିର୍ବାଚନୀ ସଭାକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି। ନିର୍ବାଚନ ପାଇଁ ସେଠାରେ ସିଆଇସିଏଫ୍‍ ଶିବିର ସ୍ଥାପନା କରାଯାଇଛି। ମୃତ ଯବାନ ଜଣକ ହାଟରୁ ସଉଦା କିଣି ଫେରୁଥିବା ବେଳେ ଏହି ବିସ୍ଫୋରଣ ଘଟିଥିଲା।

Leave A Reply