ଓଡ଼ଶା ବନ୍ଦ : ଗୁରୁବାର ଉତ୍କଳ ବିଶ୍ୱବିଦ୍ୟାଳୟର ସମସ୍ତ ପରୀକ୍ଷା ବାତିଲ

0

ଭୁବନେଶ୍ୱର :   କୃଷକ ଆନ୍ଦୋଳନ ଓ ବନ୍ଦ ଡାକରାକୁ ଦୃଷ୍ଟିରେ ରଖି ଗୁରୁବାର ଉତ୍କଳ ବିଶ୍ୱବିଦ୍ୟାଳୟରେ ହେବାକୁ ଥିବା ସବୁ ପରୀକ୍ଷା ବାତିଲ କରାଯାଇଛି । ତେବେ ପୁନଃ ପରୀକ୍ଷା କେବେ ହେବ ତାହା ପରେ ଜଣାଇ ଦିଆଯିବ ବୋଲି କର୍ତ୍ତୃପକ୍ଷ କହିଛନ୍ତି ।

ନବନିର୍ମାଣ କୃଷକ ସଂଗଠନ ଚାଷୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଗୁରୁବାର ରାଜ୍ୟବ୍ୟାପୀ ବନ୍ଦ ଡାକରା ଦେଇଛି । ଦୀର୍ଘଦିନ ଧରି ସଂଗଠନର ଦାବିକୁ ସରକାର ନ ମାନିବାରୁ ସଂଗଠନ ବାଧ୍ୟ ହୋଇ ଏହି ବନ୍ଦ ଡାକରା ଦେଇଛି । ନବନିର୍ମାଣ କୃଷକ ସଂଗଠନର ସଂଯୋଜକ ଅକ୍ଷୟ କୁମାର କହିଛନ୍ତି ଯେ, ସରକାରଙ୍କ ଧମକ ସତ୍ୱେ ବନ୍ଦ ଡାକରାରୁ ସଂଗଠନ ଓହରିବ ନାହିଁ । ଏଥିରୁ ଆବଶ୍ୟକୀୟ ସେବାକୁ ବାଦ୍ ଦିଆଯିବ । ଏହାସହ ମାଟ୍ରିକ ପରୀକ୍ଷାରେ ସେଭଳି କିଛି ଅସୁବିଧା ହେବ ନାହିଁ ବୋଲି ସେ କହିଛନ୍ତି ।

ଅନ୍ୟ ପକ୍ଷରେ ଏହି ବନ୍ଦ ଡାକରାକୁ ବିଜେପି ଏବଂ କଂଗ୍ରେସ ସମର୍ଥନ ଜଣାଇଛନ୍ତି । ବିଜେପି କୃଷକ ମୋର୍ଚ୍ଚା ସାଧାରଣ ସମ୍ପାଦକ ସୁରଥ ବିଶ୍ୱାଳ ସରାକର ଚାଷୀଙ୍କୁ ମାନସିକ ନିର୍ଯାତନା ହେଉଛନ୍ତି ଏବଂ ମାଟ୍ରିକ ପରୀକ୍ଷା ବାହାନାରେ ଧମକ ଦେଉଛନ୍ତି ବୋଲି କହିଛନ୍ତି ।

Leave A Reply