ମତଦାନ ପୂର୍ବରୁ କାଶୀପୁର ବ୍ଲକରେ ଇଭିଏମ ଅଚଳ ଅଭିଯୋଗ

କାଶୀପୁର : ରାୟଗଡା ଜିଲ୍ଲା କାଶୀପୁର ବ୍ଲକରେ ମତଦାନ ଆରମ୍ଭରୁ ବିଭ୍ରାଟ ଦେଖାଦେଇଛି। ଗୁରୁବାର ପ୍ରଥମ ପର୍ଯ୍ୟାୟ ମତଦାନ ଆରମ୍ଭ ହୋଇଥିବା ବେଳେ ରାୟଗଡା ଜିଲ୍ଲା କାଶୀପୁର ବ୍ଲକରେ ମୋଟ ୧୩୨ଟି ବୁଥ ହୋଇଛି। ସେଠାରେ ଅନେକ ବୁଥରେ ଇଭିଏମ ମେସିନ ଅଚଳ ଥିବା ଜଣାପଡ଼ିଛି। ଫଳରେ ଉକ୍ତ ବୁଥ ଗୁଡ଼ିକରେ ମତଦାନ କାର୍ଯ୍ୟ ବିଳମ୍ବରେ ଆରମ୍ଭ ହୋଇଥିବା ଜଣାପଡ଼ିଛି। ଘଟଣାସ୍ଥଳରେ ପ୍ରଶାସନ ପହଞ୍ଚି ଏହି ସମସ୍ୟାର ସମାଧାନ କରିଛି। କିଛି ସମୟ ପୂର୍ବରୁ ବୁଥ୍ ନମ୍ବର ୫୧, ୫୭, ଏବଂ ଗୁଡିବାଲିରେ ଇଭିଏମ ଅଚଳ ହୋଇଥିବା ସୂଚନା ମିଳିଛି। ଫଳରେ କିଛି ସମୟ ପାଇଁ ଏହି ବୁଥ୍ ଗୁଡିକରେ ଭୋଟ୍‌ଦାନ ବନ୍ଦ ରହିଥିଲା। ଘଟଣାସ୍ଥଳରେ ପ୍ରଶାସନ ପହଞ୍ଚି ୫୧ନମ୍ବର ବୁଥ୍ ରେ ଭିଭିପ୍ୟାଟ ମେସିନକୁ ବଦଳାଇ ଥିଲା। ଏହାପରେ ପରଜାଶିଳା ଗ୍ରାମରେ ଅଧିକାରୀମାନେ ପହଞ୍ଚି ମେସିନ ଯାଞ୍ଚ କରିଥିବା ସୂଚନା ମିଳିଛି।

Comments are closed.