ଏଭେରେଷ୍ଟରେ ସର୍ବକନିଷ୍ଟ ମହିଳା ସିବାଙ୍ଗି ପାଠକ

0

ନୂଆଦିଲ୍ଲୀ: ମାତ୍ର୧୬ବର୍ଷ ବୟସରେ ଏଭେରେଷ୍ଟ ଶିଖର ଛୁଇଁବାରେ ସଫଳ ହୋଇଛନ୍ତି ହରିୟାନାର ସିବାଙ୍ଗି ପାଠକ। ଜଣେ ମହିଳା ଚାହିଁଲେ ସବୁ କିଛି କରିପାରେ ବୋଲି ସିବାଙ୍ଗି ଏଭଳି ସଫଳତା ପରେ ଗଣମାଧ୍ୟମରେ ପ୍ରତ୍ରିକ୍ରିୟା ରଖିଛନ୍ତି। ହରିୟାନାର ହିସାର ଜିଲାର ଚଳିତ ସପ୍ତାହର ଗୁରୁବାର ଏଭେରେଷ୍ଟ ଶିଖରରେ ପହଞ୍ଚି ଥିଲେ। ଏପ୍ରିଲ ୬ତାରିଖରେ ନେପାଳ ସୀମାଞ୍ଚଳରୁ ସିବାଙ୍ଗି ତାଙ୍କ ଏଭେରେଷ୍ଟ ଅଭିଯାନ ଆରମ୍ଭ କରିଥିଲେ। ଦୀର୍ଘ ୧ମାସରୁ ଊର୍ଦ୍ଧ୍ବ ସମୟ ଧରି ପର୍ବତାରୋହଣ କରି ଗୁରୁବାର ସିବାଙ୍ଗି ସଫଳ ହୋଇଥିଲେ। ତାଙ୍କୁ ଏଭଳି କାର୍ଯ୍ୟ ପାଇଁ ଅରୁନିମା ସିହ୍ନା ଅନୁପ୍ରାଣିତ କରିଥିଲା ବୋଲି ସେ ଗଣମାଧ୍ୟମରେ ପ୍ରକାଶ କରିଛନ୍ତି। ଏଭାରେଷ୍ଟ ଆରୋହଣରେ ସର୍ବ ପ୍ରଥମ ମହିଳା ଭାବରେ ଅରୁନିମା ସିହ୍ନାଙ୍କ ରେକର୍ଡ଼ ରହିଛି। “ଯଦି ଜଣେ ମହିଳା ଭାବରେ ଅରୁନିମା ସଫଳ ହେଲେ ତେବେ ମୁଁ ମଧ୍ୟ ସଫଳ ହେବି’ ଏଭଳି ଏକ ମାନସିକତା ନେଇ ସିବାଙ୍ଗି ୮ହଜାର ୮୪୮ମିଟର ଉଚ୍ଚତା ବିଶିଷ୍ଟ ଏଭେରେଷ୍ଟ ବିଜୟ କରିଥିଲେ। ଛୋଟବେଳରୁ ଅରୁନିମା ସିଂହ୍ନାଙ୍କ ଜୀବନ ଆଦର୍ଶକୁ ପଥେୟ କରି ସିବାଙ୍ଗି ଦିଲ୍ଲୀ ଜବାହାର ଲାଲ ନେହେରୁ ମାଉଣ୍ଟିଆରିଂ ସଂସ୍ଥାନରେ ପାଠ୍ୟକ୍ରମ ଆରମ୍ଭ କରିଥିଲେ। କାଶ୍ମୀରର ଏକାଧିକ ପାହାଡ଼ ଚଢି ସିବାଙ୍ଗି ନିଜକୁ ଏଭେରେଷ୍ଟ ପାଇଁ ପ୍ରସ୍ତୁତ କରିଥିଲେ। ଏଭେରେଷ୍ଟ ବିଜୟ ପରେ ସେ ଏବେ ପାଠ ପଢା ସାଙ୍ଗକୁ ମାଉଣ୍ଟିଆରିଂ ପାଠ୍ୟକ୍ରମକୁ ସମାନ୍ତରାଳରେ ତୁଲାଇବାକୁ ସ୍ଥିର କରିଛନ୍ତି ସିବାଙ୍ଗି। ମାଧ୍ୟମିକ ପରୀକ୍ଷାରେ ୭୦ ପ୍ରତିଶତ ମାର୍କରେ ଉତ୍ତିର୍ଣ୍ଣ ସିବାଙ୍ଗି ଆଗକୁ ପାଠପଢା ସାଙ୍ଗକୁ ପାହାଡ଼ ଚଢା ଏକକାଳୀନ ତୁଲାଇବେ ବୋଲି ଗଣମାଧ୍ୟମରେ ପ୍ରକାଶ କରିଛନ୍ତି।

Leave A Reply