‘ୟୁଫୋରିଆ-୨୦୧୯’ରେ ରେଭେନ୍ସା ଚମ୍ପିଆନ

0

କଟକ : ୨୨ତମ ରାଜ୍ୟସ୍ତରୀୟ ଯୁବ ମହୋତ୍ସବ ୟୁଫୋରିଆ-୨୦୧୯ ବାରିପଦା ଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ରେଭେନ୍ସା ବିଶ୍ଵବିଦ୍ୟାଳୟ ଚମ୍ପିଆନ ହୋଇଛି। ରାଜ୍ୟର ମୋଟ ୫୫ଟି ଶିକ୍ଷାନୁଷ୍ଠାନରୁ ୩୦୫ଜଣ ପ୍ରତିଯୋଗୀ ଭିନ୍ନ ଭିନ୍ନ ବିଭାଗରେ ଅଂଶଗ୍ରହଣ କରିଥିଲେ। ଏଥିରେ ରେଭେନ୍ସା ବିଶ୍ଵବିଦ୍ୟାଳୟ ୨୪ଟି ପ୍ରତିଯୋଗିତାରେ ଅଂଶଗ୍ରହଣ କରି ସମୁଦାୟ ୨୨ଟିରେ ସଫଳତା ଲାଭ କରିଛି। ରେଭେନ୍ସା ବିଶ୍ଵବିଦ୍ୟାଳୟ ଚଳିତ ବର୍ଷକୁ ମିଶାଇ କ୍ରମାଗତ ଭାବେ ଚତୁର୍ଥ ଥର ପାଇଁ ଚମ୍ପିଆନ ହୋଇଛି। ଗତ ଜାନୁଆରୀ ୧୦ ରୁ ୧୩ତାରିଖ ଯାଏଁ ୪ଦିନ ଧରି ଏହି ଯୁବ ମହୋତ୍ସବ ଅନୁଷ୍ଠିତ ହୋଇଥିଲା। ଏଥିରେ ରେଭେନ୍ସାରୁ ୧୭ଜଣିଆ ଦଳ ଅଂଶଗ୍ରହଣ କରିଥିଲେ। ଏହି ଦଳର ନେତୃତ୍ଵ ନେଇଥିଲେ ଗୗରବ ସାମଲ ଏବଂ ସାଗର ମହାପାତ୍ର। ଏହି ଉତ୍ସବର ମୁଖ୍ୟ ଆକର୍ଷଣ ମିସ୍ ଏବଂ ମିଷ୍ଟର ୟୁଫୋରିଆ ପ୍ରତିଯୋଗିତାରେ ରେଭେନ୍ସା ବିଶ୍ଵବିଦ୍ୟାଳୟର ଶେକ୍ ସାହିରୁଲ୍ଲା ଦ୍ବିତୀୟ ରନର୍ସଅପ ହୋଇଥିଲେ।

Leave A Reply