ଦୀପାବଳି ପୂର୍ବରୁ ସରକାରଙ୍କ ଉପହାର; ୬ କୋଟି ଇପିଏଫଓ ସଦସ୍ୟଙ୍କୁ ମିଳିବ ୮.୬୫% ସୁଧ

0

ନୂଆଦିଲ୍ଲୀ : କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (ଇପିଏଫଓ)ର ୬ କୋଟିରୁ ଊର୍ଦ୍ଧ୍ବ ସଦସ୍ୟଙ୍କୁ ୨୦୧୮-୧୯ ଆର୍ଥିକ ବର୍ଷରେ ୮.୬୫% ହାରରେ ସୁଧ ମିଳିବ। ଶ୍ରମ ମନ୍ତ୍ରୀ ସନ୍ତୋଷ ଗଂଗୱାର ମଙ୍ଗଳବାର ଏହି ଘୋଷଣା କରିଛନ୍ତି।

ଗଂଗୱାର କହିଛନ୍ତି ଯେ ଇପିଏଫଓ ଖୁବଶୀଘ୍ର ନିଜ ସଦସ୍ୟଙ୍କ ଖାତାରେ ସୁଧ ଜମା କରିବ। ୨୦୧୮-୧୯ ଆର୍ଥିକ ବର୍ଷରେ ଇପିଏଫଓ ସଦସ୍ୟଙ୍କୁ ୮.୬୫ ହାରରେ ସୁଧ ମିଳିବ। ଏହି ସୁଧ ହାର ନେଇ ଅର୍ଥ ମନ୍ତ୍ରଳାୟର କୌଣସି ଆପତ୍ତି ନାହିଁ। ଭବିଷ୍ୟ ନିଧି ପାଣ୍ଠି ସଦସ୍ୟଙ୍କ ଖାତାରେ ସୁଧ ଜମା କରିବା ପାଇଁ ଶ୍ରମ ମନ୍ତ୍ରଳାୟ ଏକ ଅଧିସୂଚନା ଜାରି କରିବ। ଏଥିରୁ ୬ କୋଟିରୁ ଊର୍ଦ୍ଧ୍ବ ଇପିଏଫଓ ସଦସ୍ୟଙ୍କୁ ଲାଭ ମିଳିବ। ସୂଚନା ଅନୁଯାୟୀ ୨୦୧୭-୧୮ ଆର୍ଥିକ ବର୍ଷରେ ଇପିଏଫ ଜମାରେ ୮.୫୫% ହାରରେ ସୁଧ ମିଳିଛି। ଅର୍ଥାତ ୨୦୧୮-୧୯ ଆର୍ଥିକ ବର୍ଷରେ ଇପିଏଫ ସୁଧହାର ୮.୫୫%ରୁ ବୃଦ୍ଧି ପାଇ ୮.୬୫%ରେ ପହଞ୍ଚିଛି।

Leave A Reply