ଇଂଲଣ୍ଡର ବିଶ୍ୱରେକର୍ଡ

0

ନଟିଂହାମ୍‍: ଦିନିକିଆ କ୍ରିକେଟ ଇତିହାସରେ ସର୍ବାଧିକ ଦଳଗତ ସ୍କୋର୍‍ କରିବାର ବିଶ୍ୱରେକର୍ଡ ସ୍ଥାପନ କରିଛି ଇଂଲଣ୍ଡ। ମଙ୍ଗଳବାର ଅଷ୍ଟ୍ରେଲିଆ ବିପକ୍ଷ ୩ୟ ଦିନିକିଆ ମ୍ୟାଚ୍‍ରେ ପ୍ରଥମେ ବ୍ୟାଟିଂକରି ଘରୋଇ ଇଂଲଣ୍ଡ ୫୦ ଓଭରରେ ୬ ୱିକେଟରେ ୪୮୧ ରନ୍‍ କରିଛି।
ଜନି ବେୟାରଷ୍ଟୋ ଓ ଆଲେକ୍ସ ହେଲ୍‍ସଙ୍କ ବିସ୍ଫୋରକ ଶତକ ବଳରେ ଇଂଲଣ୍ଡର ବିଶ୍ୱରେକର୍ଡ ସ୍କୋର୍‍ ସଫଳ ହୋଇଛି। ଏହାସହ ନିଜର ବିଶ୍ୱରେକର୍ଡକୁ ଭାଙ୍ଗିଦେଇଛି ଇଂଲଣ୍ଡ। ୨୦୧୬ ଅଗଷ୍ଟରେ ଏହି ଗ୍ରାଉଣ୍ଡରେ ପାକିସ୍ତାନ ବିପକ୍ଷରେ ଇଂଲଣ୍ଡ ୩ ୱିକେଟ ହରାଇ ୪୪୪ ରନ୍‍ କରିଥିଲା। ଉକ୍ତ ମ୍ୟାଚ୍‍ରେ ମଧ୍ୟ ଆଲେକ୍ସ ହେଲ୍‍ସ ଶତକ ମାରିଥିଲେ। ଇଂଲଣ୍ଡ ପଛକୁ ଶ୍ରୀଲଙ୍କା ୪୪୩ ରନ୍‍ କରିଥିବା ବେଳେ ଦକ୍ଷିଣ ଆଫ୍ରିକା ଥରେ ୪୩୯ ଏବଂ ୨ ଥର ୪୩୮ ରନ୍‍ କରିଥିଲା।
ଟସ୍‍ ଜିତି ଅଷ୍ଟ୍ରେଲିଆ ଫିଲ୍‍ଡିଂ ନେବା ପରେ ଇଂଲଣ୍ଡ ବ୍ୟାଟ୍‍ସମ୍ୟାନ୍‍ ଆରମ୍ଭରୁ ପ୍ରହାର କରିଥିଲେ। ୨୦ ଓଭର ପୂର୍ବରୁ ଇଂଲଣ୍ଡର ଓପ୍‍ନିଂ ଯୋଡ଼ି ୧୫୯ ରନ୍‍ କରିଥିଲେ। ଜେସନ୍‍ ରୟ ୬୧ ବଲ୍‍ରୁ ୪ଟି ଛକା ଓ ୭ଟି ଚୌକା ସହ ୮୨ ରନ୍‍ କରିଥିଲେ। ପରେ ୨ୟ ୱିକେଟ ପାଇଁ ଜନି ବେୟାରଷ୍ଟୋ ଓ

Leave A Reply