ଇଂଲଣ୍ଡ-କ୍ରୋଏସିଆ ଦ୍ବିତୀୟ ସେମିଫାଇନାଲ

0

ମସ୍କୋ : ଚଳିତ ବିଶ୍ଵକପ୍ ଫୁଟବଲର ଦ୍ବିତୀୟ ସେମିଫାଇନାଲ ମ୍ୟାଚ ବୁଧବାର ରାତି ୧୧.୩୦ରେ ଇଂଲଣ୍ଡ ଓ କ୍ରୋଏସିଆ ମଧ୍ୟରେ ଅନୁଷ୍ଠିତ ହେବ। ତେବେ ବିଶ୍ୱକପ ସେମିଫାଇନାଲ ଖେଳିବା ଉଭୟ ଦଳଙ୍କ ପାଇଁ ନୂଆ ନୁହେଁ। ୧୯୯୮ରେ କ୍ରୋଏସିଆ ସେମିଫାଇନାଲ ମ୍ୟାଚ ଖେଳିଥିଲା। ୨୦ ବର୍ଷ ପରେ ଦଳ ପୁଣି ସେମିଫାଇନାଲରେ ପହଞ୍ଚିଛି। ସେହିପରି ୧୯୬୬ର ଚମ୍ପିଆନ ଇଂଲଣ୍ଡ ଏଥର ଫାଇନାଲ ଖେଳିବା ଆଶା ରଖିଛି।  ଅନ୍ୟପକ୍ଷରେ ୧୯୯୦ ପରେ ଇଂଲଣ୍ଡ ସେମିଫାଇନାଲ ଖେଳିବାକୁ ଯାଉଛି। ଚଳିତ ଥରକୁ ମିଶାଇ ଇଂଲଣ୍ଡ ୩ୟ ଥର ସେମିଫାଇନାଲ ଖେଳିବାକୁ ଯାଉଛି।

ଦଳୀୟ ପ୍ରଦର୍ଶନକୁ ଦେଖିଲେ ଇଂଲଣ୍ଡ- ଟ୍ୟୁନିସିଆ, ପାନାମା, କଲମ୍ବିଆ, ସ୍ବିଡେନ ବିପକ୍ଷରେ ବିଜୟୀ ହୋଇଥିବା ବେଳେ ବେଲଜିୟମ୍ ଠାରୁ ପରାସ୍ତ ହୋଇଛି। ସେହିପରି କ୍ରୋଏସିଆ-ନାଇଜେରିଆ,ଆର୍ଜେଣ୍ଟିନା,ଆଇସଲାଣ୍ଡ, ଡେନମାର୍କ ଏବଂ ରୁଷିଆ ବିପକ୍ଷରେ ବିଜୟୀ ହୋଇ ସେମିଫାଇନାଲ ଖେଳିବାକୁ ଯାଉଛି। ଆଜିର ବିଜୟୀ ଦଳ ରବିବାର ଦିନ ଫାଇନାଲରେ ଫ୍ରାନ୍ସକୁ ଭେଟିବ। ତୃତୀୟ ସ୍ଥାନ ପାଇଁ ୧୪ ତାରିଖ ଦିନ ମ୍ୟାଚ ଖେଳାଯିବ।

 

Leave A Reply