ଶରୀରକୁ ଶକ୍ତି ଯୋଗାଏ ଏସବୁ ଖାଦ୍ୟ

0

ଏବର ଜୀବନଶୈଳୀରେ ବଢ଼ୁଥିବା ପିଢ଼ିର ପ୍ରମୁଖ ଅସୁବିଧା ହେଉଛି ସେମାନଙ୍କୁ ଶୀଘ୍ର ଥକା ଲାଗୁଛି। ଏଣୁ ଖାଦ୍ୟ ବିଶେଷଜ୍ଞଙ୍କ ମତରେ ଖାଦ୍ୟପାନୀୟ ପ୍ରତି ସଚେତନ ହେଲେ ଏସବୁ ଅସୁବିଧା ଦୂର ହୋଇଯିବ ।

ଆଭାକାଡୋ : ଏବେ ବିଭିନ୍ନ ମଲରେ ଏହି ଫଳଟି ସହଜରେ ଉପଲବ୍ଧ ହେଉଛି। ଭିଟାମିନ୍ ବି ଓ ସି’ରେ ଭରପୂର ଏହି ଫଳ ଖାଇଲେ ଶରୀରକୁ ଶକ୍ତି ମିଳିବା ସହ ମସ୍ତିଷ୍କ ଭଲଭାବେ କାର୍ୟ୍ୟ କରିଥାଏ ।

ଷ୍ଟ୍ରବେରୀ : ଆଣ୍ଟିଅକ୍ସିଡାଣ୍ଟରେ ଭରପୂର ଏହି ଫଳଟି ଏବେ ଭାରତୀୟ ବଜାରରେ ସହଜରେ ମିଳୁଛି। ନିୟମିତ ଏହାକୁ ଖାଇଲେ ମଧ୍ୟ ଶରୀରକୁ ପ୍ରଚୁର ପରିମାଣରେ ଶକ୍ତି ମିଳିଥାଏ ।

ବ୍ଲୁବେରୀ : ଏହି ବିଦେଶୀ ଫଳ ମଧ୍ୟ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ସହ ପ୍ରତ୍ୟେକ ଅଙ୍ଗକୁ ଉତ୍ତମ ଭାବେ କାର୍ୟ୍ୟକ୍ଷମ କରାଏ ।

ବ୍ରୋକୋଲି : ସାଲାଡ ଭାବେ ନିୟମିତ ଏହି ପରିବାକୁ ଖାଇଲେ କିମ୍ବା ଏହାକୁ ସିଝାଇ ଖାଇଲେ ଶରୀର ଉପରେ ଉତ୍ତମ ପ୍ରଭାବ ପଡ଼େ ।

ପାଳଙ୍ଗ ଶାଗ : କ୍ୟାଲୋରୀ, ପ୍ରୋଟିନ୍ ଭରପୂର ପାଳଙ୍ଗ ଶାଗ ନିୟମିତ ଖାଇଲେ ଶରୀରକୁ ଶକ୍ତି ମିଳିବା ସହ ତ୍ବଚା ଓ କେଶ ପାଇଁ ମଧ୍ୟ ଉପକାରୀ ।

Leave A Reply