ପୁଲୱାମାରେ ଗୁଳିବିନିମୟ; ଜଣେ ଯବାନ ସହୀଦ ଓ ଜଣେ ଆତଙ୍କବାଦୀ ନିହତ

0

ଶ୍ରୀନଗର: ଜମ୍ମୁ-କଶ୍ମୀରର ପୁଲୱାମା ଜିଲାରେ ମଙ୍ଗଳବାର ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି । ଏଥିରେ ଜଣେ ଆତଙ୍କବାଦୀ ନିହତ ହୋଇଥିବା ବେଳେ ଜଣେ ଯବାନ ସହୀଦ ହୋଇଥିବା ଜଣାପଡିଛି । ଏହା ସହ ଅନ୍ୟ ଜଣେ ଯବାନ ଆହତ ହୋଇଛନ୍ତି । ଆହତ ଯବାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଆତଙ୍କବାଦୀ ଲୁଚି ରହିଥିବା ଗୋଇନ୍ଦା ସୂତରୁ ଖବର ପାଇ ସୁରକ୍ଷାକର୍ମୀ ଦକ୍ଷିଣ କାଶ୍ମୀର ପୁଲବାମା ଜିଲ୍ଲାର ରତ୍ନୀପୀରା ଅଞ୍ଚଳକୁ ଘେରଉ କରି ତଲାସୀ ଅଭିଯାନ ଆରମ୍ଭ କରିଥିଲେ । ଏହାକୁ ଦେଖି ଆତଙ୍କବାଦୀମାନେ ଆତର୍କିତ ଭାବେ ଯବାନଙ୍କ ଉପରକୁ ଗୁଳି ବର୍ଷଣ କରିଥିଲେ । ପରେ ଉଭୟଙ୍କ ମଧ୍ୟରେ ଗୁଳି ବିନିମୟ ଆରମ୍ଭ ହୋଇଥିଲା। ଘଟଣାସ୍ଥଳରେ ଏପର୍ଯ୍ୟନ୍ତ ଗୁଳି ବିନିମୟ ଜାରି ରହିଛି । ସ୍ଥାନୀୟଅଞ୍ଚଳରେ ମୋବାଇଲ ଇଣ୍ଟରନେଟ୍ ସେବା ବନ୍ଦ ରହିଛି ।

Leave A Reply